କନକ ବ୍ୟୁରୋ: ମୁକେଶ ଅମ୍ବାନୀ ଦେଶର ସବୁଠୁ ଧନୀ ବ୍ୟକ୍ତି ବୋଲି ସମସ୍ତେ ଜାଣନ୍ତି । କିନ୍ତୁ ଦେଶର ସବୁଠୁ ବଡ ଦାନବୀର କିଏ? ଏକଥା ବୋଧହୁଏ କମ୍ ଲୋକଙ୍କୁ ଜଣାଥିବ । ଆପଣ ଜାଣି ଆଶ୍ଚର୍ୟ୍ୟ ହେବେ ଅମ୍ବାନୀ କିମ୍ବା ଆଦାନୀ  କେହି ବି ଦେଶର ପ୍ରଥମ ଦାନବୀର ନୁହଁନ୍ତି  । ଶୀର୍ଷ ଦାନବୀର ତାଲିକାରେ  ଯଦିଓ ଏମାନଙ୍କ ନାଁ ସାମିଲ ହୋଇଛି କିନ୍ତୁ ସବୁଠୁ ଆଗରେ ଅଛନ୍ତି ଆଉ ଜଣେ ବ୍ୟକ୍ତିତ୍ୱ । ସେ ହେଉଛନ୍ତି ଶିବ ନାଦାର ।

Advertisment

ନିକଟରେ ହୁରୁନ୍ ଇଣ୍ଡିଆ ଜେନେରସ୍ ଲିଷ୍ଟ ପ୍ରକାଶ ପାଇଥିଲା । ଏହି ଲିଷ୍ଟ ଅନୁସାରେ ଏଚସିଏଲ ଟେକ୍ନୋଲୋଜିର ଫାଉଣ୍ଡର ଶିବ ନାଦାର ଦେଶର ସବୁୂଠୁ ବଡ ଦାନବୀର  । ଶିବ ଓ ତାଙ୍କ ପରିବାର ୨୦୨୩ ଏପ୍ରିଲ ୧ ତାରିଖରୁ ୨୦୨୪ ମାର୍ଚ୍ଚ ମଧ୍ୟରେ ୨ ହଜାର ୧୫୩ କୋଟିି ଟଙ୍କା ଦାନ କରିଛନ୍ତି ।  ଦୈନିକ ଏହି ମହାନ୍ ବ୍ୟକ୍ତି ଦୈନିକ ୫ କୋଟି ୯୦ ଲକ୍ଷ ଦାନରେ ଦିଅନ୍ତି । କେବଳ ଏତିକି ନୁହେଁ ଶିବ ନାଦାର ଦେଶର ସବୁଠୁ ଉଦାର ଓ ପରୋପକାରୀ ବ୍ୟକ୍ତି ହେବାର ଖ୍ୟାତି ଅର୍ଜନ କରିଛନ୍ତି । 
ଶିବ ନାଦାରଙ୍କ ନେଟ୍ ଓର୍ଥ କେତେ?
ଫୋର୍ବ ରିପୋର୍ଟ ଅନୁସାରେ, ଶିବ ନାଦାରଙ୍କ ମୋଟ ସମ୍ପତ୍ତିର ମୂଲ୍ୟ  ୪୦.୫ ଆମେରିକୀୟ ଡଲାର, ଯାହାର ଭାରତୀୟ ମୂଲ୍ୟ ୩୪୧ ହଜାର ୬୯୨ କୋଟି । ଶିବ ନାଦାର ୨୦୨୦ରେ ଏଚସିଏଲ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବୋ ପରେ ଏବେ ତାଙ୍କ ଝିଅ ରୌସନି ନାଦାର ମାଲହୋତ୍ରା ଏହି ପଦକୁ ସମ୍ଭାଳୁଛନ୍ତି । ଏବଂ ଶିବ କମ୍ପାନୀର ପରାମର୍ଶଦାତା ଭାବେ କାର୍ୟ୍ୟ କରୁଛନ୍ତି । 

ଶିବ ନାଦାର ସାରା ଦେଶର ସର୍ବପ୍ରଥମ ଦାନବୀର ହୋଇଥିବାବେଳେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ମୁକେଶ ଅମ୍ବାନୀ । ହେଲେ ମୁକେଶ ବର୍ଷକରେ ୪୦୭ କୋଟି ଟଙ୍କାର ଦାନ କରିଛନ୍ତି । ମୁକେଶଙ୍କ ତୁଳନାରେ ଶିବ ନାଦାର ୧୯୯୨ କୋଟି ଅଧିକ ଅର୍ଥ ଦାନ କରିଛନ୍ତି । ଏମାନଙ୍କ ପରେ ଅଛନ୍ତି ବଜାଜ ପରିବାର । ବଜାଜ୍ ଗ୍ରୁପ ବର୍ଷକରେ ୩୫୨ କୋଟି ଟଙ୍କା ବିଭିନ୍ନ ହିତକାରୀ କାର୍ୟ୍ୟପାଇଁ ଦାନ କରିଛନ୍ତି । ଚତୁର୍ଥ ସ୍ଥାନରେ ଅଛନତି କୁୁମାର ମଙ୍ଗଲମ୍ ବିର୍ଲା । ଯିଏ  ୨୦୨୩ରୁ ୨୪ ମଧ୍ୟରେ ୩୩୪କୋଟି ଟଙ୍କା ଦାନ କରିଛନ୍ତି । ଦାନବୀର ତାଲିକାର ପଞ୍ଚମ ସ୍ଥାନରେ ଅଛନ୍ତି ଗୌତମ ଆଦାନୀ ଯିଏ ୩୩୦ କୋଟି ଟଙ୍କା ଦାନ କରିଛନ୍ତି । ଏହି ତାଲିକାର ନବମ ତାଲିକାରେ ଅଛନ୍ତି ସୁସି୍ମତା ଓ ସୁବ୍ରତ ବାଗଚୀ । 

ତେବେ ଧନୀ ତାଲିକାରେ ମହିଳାମାନେ ବି କିଛି କମ୍ରେ ନାହାଁନ୍ତି । ହୁରୁନ୍ ଜେନେରସ୍ ତାଲିକାରେ , ୨୧ ଜଣ ମହିଳା ଅଛନ୍ତି । ଏକଷ୍ଟେପ କୋ ଫାଉଣ୍ଡର ରୋହିଣୀ ନିଲେକାନୀ ମହିଳାଙ୍କ ମଧ୍ୟରେ ସବୁଠୁ ବଡ ଦାନୀ । ୨୦୨୩ ଓ ୨୪ ବର୍ଷରେ ସେ ପାଖପାଖି ୧୫୩ କୋଟି ଟଙ୍କା ଦାନ କରିଛନ୍ତି । ତେବେ ବର୍ଷକୁ ବର୍ଷ ଦେଶରେ ଦାନୀଙ୍କର ସଂଖ୍ୟ୍ୟାବ ବଢିବାରେ ଲାଗିଛି । ୨୦୨୪ର ଏହି ତାଲକାରେ ୨୦୩ ଜଣ ଦାନୀ ସାମୁହିକ ଭାବେ ପାଖାପାଖି ୮ ହଜାର ୭୮୩ କୋଟିି ଟଙ୍କା ଦାନ କରିଛନ୍ତି, ଯାହା ଗତ ୨ ବର୍ଷର୍ ତୁଳନାରେ ୫୩ ପ୍ରତିଶତ ଅଧିକ ବୋଲି ଜଣାପଡିଛି ।
 ବ୍ୟୁରୋ ରିପୋର୍ଟ- କନକ ନ୍ୟୁଜ୍