କନକ ବ୍ୟୁରୋ :  ସରକାର ଧାନର ସହାୟକ ମୂଲ୍ୟ ବୃଦ୍ଧି କରି ୩୧ଶହ ଟଙ୍କା ଧାର୍ୟ୍ୟ କରିଛନ୍ତି। ଚାଷୀ ପାଇଁ ଏହି ମୂଲ୍ୟ ସହାୟ ହୋଇଥିବା ବେଳେ ଟୋକେନ୍ ଅବଧି ସମସ୍ୟା ଚିନ୍ତା ବଢାଇଦେଇଛି। ଟୋକେନ ଅବଧି ବଢ଼ାଇବା ସହ ମିଲରମାନେ ଅଧିକ ଧାନ କିଣିବାକୁ ଦାବି କରିଛନ୍ତି ଚାଷୀ।

Advertisment

ମଣ୍ଡିରେ ପଡିରହିଛି କୁଇଣ୍ଟାଲ କୁଇଣ୍ଟାଲ ଧାନ। ଦିନରାତି ଏକ କରି ଧାନ ବସ୍ତାକୁ ଜଗି ରହିଛନ୍ତି ଚାଷୀ। ସେପଟେ ଟୋକେନ ଅବଧି ଶେଷ ତାରିଖ ନେଇ ମୋବାଇଲକୁ ଆସୁଛି ଘନଘନ ମେସେଜ। ଅବଧି ସରୁଥିବାରୁ କେମିତି ଧାନ ବିକ୍ରି ହେବ, ସେ ନେଇ ଚିନ୍ତାରେ ଚାଷୀ।

ହାତରେ ମାସେରୁ କମ ଥିବାରୁ ଚାଷୀ ନିଜର ମୋବାଇଲ ଦେଖି ଦିନ ଗଣୁଛନ୍ତି। ଜାନୁଆରୀ ମାସରୁ ଧାନ ଯିବାକୁ ଆସିଛି ଟୋକେନ୍। କାହାର ଫେବ୍ରୁଆରୀ ୧୩ ତ କାହାର ୧୫ ରହିଛି ଶେଷ ତାରିଖ। ହେଲେ ଜାନୁଆରୀ ମାସର ତାରିଖ ଥିବା ଲୋକଙ୍କ ଧାନ ଏଯାଏଁ ଉଠିନାହିଁ। ମିଲର ଅଧିକ ଧାନ ନେଉନଥିବାରୁ ଚାଷୀଙ୍କ ଧାନ ସରୁନି।

ସରକାର ଧାନର ସହାୟକ ମୂଲ୍ୟ ବୃଦ୍ଧି କରି ୩୧ଶହ ଟଙ୍କା ଧାର୍ୟ୍ୟ କରିଛନ୍ତି। ଚାଷୀ ପାଇଁ ଏହି ମୂଲ୍ୟ ସହାୟ ହୋଇଥିବା ବେଳେ ଟୋକେନ୍ ଅବଧି ସମସ୍ୟା ଚିନ୍ତା ବଢାଇଦେଇଛି। ଏହାପ୍ରତି ସରକାର ଦୃଷ୍ଟି ଦେବାକୁ ଦାବି ହୋଇଛି।