ସ୍ୱଚ୍ଛ ସରକାରର କେଳେଙ୍କାରୀ ପଦାକୁ ଆସୁଛି: ରାୟଗଡାରେ ପାଣିଟାଙ୍କି ନିର୍ମାଣରେ ବଡ ଦୁର୍ନୀତି

Advertisment

ଟାଙ୍କି ନାଁରେ ଖାଇଗଲେ କୋଟି କୋଟି ଟଙ୍କା ।  ଜିଲ୍ଲାରେ ୧୨୦ କୋଟି ଟଙ୍କା ଖର୍ଚ୍ଚ ଅଟକଳରେ ୩ଟି ମୋଗା ପାନୀୟ ଜଳ ପ୍ରକଳ୍ପ ହେବାର । କିନ୍ତୁ ଧାର୍ଯ୍ୟ ଲକ୍ଷ୍ୟର ବର୍ଷେ ପରେ ବି ଏ ଯାଏଁ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରୁନାହିଁ ।

ଟାଙ୍କି ନାଁରେ ଖାଇଗଲେ କୋଟି କୋଟି ଟଙ୍କା ।  ଜିଲ୍ଲାରେ ୧୨୦ କୋଟି ଟଙ୍କା ଖର୍ଚ୍ଚ ଅଟକଳରେ ୩ଟି ମୋଗା ପାନୀୟ ଜଳ ପ୍ରକଳ୍ପ ହେବାର । କିନ୍ତୁ ଧାର୍ଯ୍ୟ ଲକ୍ଷ୍ୟର ବର୍ଷେ ପରେ ବି ଏ ଯାଏଁ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରୁନାହିଁ ।

efe

କନକ ବ୍ୟୁରୋ: ଟାଙ୍କି ନାଁରେ ଖାଇଗଲେ କୋଟି କୋଟି ଟଙ୍କା ।  ଜିଲ୍ଲାରେ ୧୨୦ କୋଟି ଟଙ୍କା ଖର୍ଚ୍ଚ ଅଟକଳରେ ୩ଟି ମୋଗା ପାନୀୟ ଜଳ ପ୍ରକଳ୍ପ ହେବାର । କିନ୍ତୁ ଧାର୍ଯ୍ୟ ଲକ୍ଷ୍ୟର ବର୍ଷେ ପରେ ବି ଏ ଯାଏଁ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରୁନାହିଁ ।

ରାୟଗଡ଼ା ଜିଲ୍ଲାରେ ୧୨୦ କୋଟି ଟଙ୍କାରେ ନିର୍ମାଣ ହେଉଥିବା ତିନୋଟି ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରୁନାହିଁ। ଫଳରେ ସଦର ବ୍ଲକର ୧୩୨ଟି ଗାଁକୁ ଜଳଯୋଗାଣ ଅଧାବାଟରେ ଅଟକି ରହିଛି। ୨୦୨୧ ମସିହାରେ ଆରମ୍ଭ ହୋଇଥିଲା ମେଗା ଜଳ ପ୍ରକଳ୍ପ। ପ୍ରଥମଟି ସାଙ୍କେଶରେ ୪୪.୩୬ କୋଟି, ଦ୍ୱିତୀୟଟି ବୈରାଗୀ ହାଲୁଆରେ ୩୩.୩୫ କୋଟି ଏବଂ ତୃତୀୟ ପ୍ରକଳ୍ପଟି ପେଣ୍ଟାଠାରେ ୪୩.୮୭ କୋଟି ଟଙ୍କାରେ ନିର୍ମାଣ ଆରମ୍ଭ ହୋଇଥିଲା। ପ୍ରକଳ୍ପ ଶେଷ ହେବା ଧାର୍ଯ୍ୟ ତାରିଖକୁ ଏଥିମଧ୍ୟରେ ବର୍ଷେ ବିତିଥିଲେ ବି କାର୍ଯ୍ୟକ୍ଷମ ହୋଇପାରୁନି, ଯାହାକୁ ନେଇ ଲୋକଙ୍କ ଭିତରେ ଅସନ୍ତୋଷ ବଢିଛି।

ସ୍ଥାନୀୟ ଅଞ୍ଚଳବାସୀ ନଦୀ ନାଳରୁ ପାଣି ସଂଗ୍ରହ କରି ନିଜର ଶୋଷ ମେଣ୍ଟାଉଛନ୍ତି। ଦୂଷିତ ପାଣି ପିଇବା ଦ୍ବାରା ରାୟଗଡ଼ାର ବିଭିନ୍ନ ବ୍ଲକରେ ଝାଡ଼ାବାନ୍ତି ଓ ଚର୍ମରୋଗ ବ୍ୟାପୁଥିବା ଖବର ସାମ୍ନାକୁ ଆସୁଛି। ଖୁବଶୀଘ୍ର ଜଳଯୋଗାଣ ଆରମ୍ଭ ହେବ ବୋଲି ପ୍ରଶାସନିକ ଅଧିକାରୀ କହୁଥିବା ବେଳେ ଏହାକୁ ରାଜନୈତିକ ପ୍ରସଙ୍ଗ କରିଛନ୍ତି ସ୍ଥାନୀୟ ବିଧାୟକ।  
ସ୍ଥାନୀୟ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ଉଦାସୀନତାରୁ ଏଭଳି ସ୍ଥିତି ଉପୁଜିଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe