ପ୍ରଶାସନରେ ରୂପାନ୍ତର ଲାଗି ପାଗ ଭିଡୁଛନ୍ତି ଲୋକଙ୍କ ମୁଖ୍ୟମନ୍ତ୍ରୀ : ଏବେ ମାର୍କ ଅନୁଯାୟୀ ପଦୋନ୍ନତି ମିଳିବ ସରକାରୀ ବାବୁ ମାନଙ୍କୁ

Advertisment

ମୋହନ ସରକାରକୁ  ପ୍ରାୟ ୮ ମାସ ବିତିଲାଣି । ଅନେକ ନୂଆ ନୂଆ ଯୋଜନା, ଘୋଷଣା ଓ ଉପଲବ୍ଧିକୁ ନେଇ ଆଗକୁ ବଢୁଛି ସରକାର।  ହେଲେ ଶାସନତନ୍ତ୍ରରେ ଲୋକଙ୍କ ଭାଗୀଦାରି କେମିତି ବଢିବ, ଯୋଜନା କେମିତି ତୃଣମୂଳସ୍ତରରେ କାର୍ଯ୍ୟକାରୀ ହେବ, ସବୁଠୁ ତଳେ ରହିଥିବା ଲୋକଟିର ବିକାଶ କେମିତି ହେବ, ତାକୁ ନେଇ ମେଗା ପ୍ଲାନ ପ୍ରସ୍ତୁତ କରୁଛନ୍ତି ସରକାର

ମୋହନ ସରକାରକୁ  ପ୍ରାୟ ୮ ମାସ ବିତିଲାଣି । ଅନେକ ନୂଆ ନୂଆ ଯୋଜନା, ଘୋଷଣା ଓ ଉପଲବ୍ଧିକୁ ନେଇ ଆଗକୁ ବଢୁଛି ସରକାର।  ହେଲେ ଶାସନତନ୍ତ୍ରରେ ଲୋକଙ୍କ ଭାଗୀଦାରି କେମିତି ବଢିବ, ଯୋଜନା କେମିତି ତୃଣମୂଳସ୍ତରରେ କାର୍ଯ୍ୟକାରୀ ହେବ, ସବୁଠୁ ତଳେ ରହିଥିବା ଲୋକଟିର ବିକାଶ କେମିତି ହେବ, ତାକୁ ନେଇ ମେଗା ପ୍ଲାନ ପ୍ରସ୍ତୁତ କରୁଛନ୍ତି ସରକାର

mohan9

mohan9 Photograph: (KanakNews )

କନକବ୍ୟୁରୋ : ମୋହନ ସରକାରକୁ  ପ୍ରାୟ ୮ ମାସ ବିତିଲାଣି । ଅନେକ ନୂଆ ନୂଆ ଯୋଜନା, ଘୋଷଣା ଓ ଉପଲବ୍ଧିକୁ ନେଇ ଆଗକୁ ବଢୁଛି ସରକାର।  ହେଲେ ଶାସନତନ୍ତ୍ରରେ ଲୋକଙ୍କ ଭାଗୀଦାରି କେମିତି ବଢିବ, ଯୋଜନା କେମିତି ତୃଣମୂଳସ୍ତରରେ କାର୍ଯ୍ୟକାରୀ ହେବ, ସବୁଠୁ ତଳେ ରହିଥିବା ଲୋକଟିର ବିକାଶ କେମିତି ହେବ, ତାକୁ ନେଇ ମେଗା ପ୍ଲାନ ପ୍ରସ୍ତୁତ କରୁଛନ୍ତି ସରକାର । ନିଜକୁ ସବୁବେଳେ ଲୋକଙ୍କ ମୁଖ୍ୟମନ୍ତ୍ରୀ କହୁଥିବା ମୋହନ ମାଝୀ, ଲୋକଙ୍କ ପାଇଁ ପ୍ରଶାସନିକ ସ୍ତରରେ ଆଉ କିଛି ରୂପାନ୍ତରଣ ଆଣିବାକୁ ଯାଉଛନ୍ତି ।  

ଅନ୍ଦର ମହଲରୁ ମିଳିଥିବା ସୂଚନା ଅନୁସାରେ, ଏଣିକି  ବାବୁଙ୍କ ଠାରୁ ନୁହେଁ ଲୋକଙ୍କ ପାଖରୁ ସିଧାସଳଖ ଫିଡବ୍ୟାଙ୍କ ନେବେ ମୋହନ ସରକାର ।  ସରକାରଙ୍କ ଲୋକାଭିମୁଖି ଯୋଜନାର ଲାଭ ପାଉଛନ୍ତି କି ନାହିଁ, କେଉଁଠି ଅସୁବିଧା ରହୁଛି ।  ହସ୍ପିଟାଲରେ ଠିକ ସେବା ମିଳୁଛି କି ନାହଁ । ତାର ହିସାବ କିତାବ କରିବ ମୋହନ ସରକାରଙ୍କ ନୂଆ ଇନିସିଏଟିଭ ଆମ ଶାସନ ବ୍ୟବସ୍ଥା ।   ବିଭିନ୍ନ ବିଭାଗର ଫାଇଲ କେମିତି ରକେଟ ବେଗରେ ଯାଇ ଲୋକଙ୍କ କାମ ଯଥାଶୀଘ୍ର ସରିବ । ସରକାରୀ ବାବୁ ମାନେ ଆହୁରି ଅଧିକ କ୍ରିୟାଶୀଳ ହୋଇ କାମ କରିବେ  ।  ତାହାର ଏକ ନକ୍ସା ପ୍ରସ୍ତୁତ କରୁଛନ୍ତି  ନୂଆ ସରକାର ।

ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲିଛି 
ଖୁବଶୀଘ୍ର ଏହାକୁ ଲଂଚ କରିବାର କାର୍ଯ୍ୟକ୍ରମ ଚାଲିଛି 
 ଜିଲ୍ଲାରୁ ଆରମ୍ଭ କରି ବ୍ଲକସ୍ତରରେ ସବୁ ବିଭାଗ, ଅଫିସରେ ଏହାକୁ ଲାଗୁ କରାଯିବ 
 ସରକାରଙ୍କ କାମକୁ ରେଟିଂ ଦେବେ ସାଧାରଣ ଲୋକେ 
 ଅଫିସରମାନେ ଗ୍ରାଉଣ୍ଡରେ କେମିତି କାମ କରୁଛନ୍ତି ତାର ଡାଟାବେସ ପ୍ରସ୍ତୁତ ହେବ
ସୁଭଦ୍ରା ଯୋଜନା ଓ ଇନପୁଟ ସବସିଡିରୁ କିଏ ବଞ୍ଚିତ ହେଉଛନ୍ତି ତାହାର ତଥ୍ୟ ଖୋଜିବେ ସରକାର 
ଏହି ସବୁ ତଥ୍ୟକୁ ଆଧାର କରି ପ୍ରଶାସନି କ କଳକୁ କ୍ରିୟାଶୀଳ କରାଯିବ। 
ପୂର୍ବ ସରକାର ସମୟରେ ଗଳାବାଟ ଦେଇ ଅଣହିତାଧିକାରୀ ସରକାରୀ ଯୋଜନାର ଲାଭ ଉଠାଉଥିଲେ। ଆଉ କାର୍ପଟଦାର ସାଜିଥିଲେ ବାବୁ। ଯାହାର ଆଭାସ ପାଉନଥିଲେ ସରକାର। ତେଣୁ ନୂଆ ମଝିରେ ସେତୁ ନରଖି ଲୋକଙ୍କ ପାଖରେ ପହଞ୍ଚିବାକୁ ବଡ ପ୍ରସ୍ତୁତି କରିଛନ୍ତି ସରକାର। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe