କନକ ବ୍ୟୁରୋ : ନିଦ ହଜାଇଲାଣି ବାଘୁଣୀ, ଦୁଇଟି ରାଜ୍ୟର ବନବିଭାଗ କର୍ମଚାରୀ ହେଲେଣି ନାକେଦମ । ଦିନକୁ ୨୫ରୁ ୩୦ କି.ମି ବାଟ ଅତିକ୍ରମ କରୁଛି ଜିନ୍ନତ । ଓଡିଶା ଓ ପଶ୍ଚିମବଙ୍ଗ ବନବିଭାଗର ୧୩୦ରୁ ଉର୍ଦ୍ଧ୍ବ କର୍ମଚାରୀ ଜିନ୍ନତର ଗତିବିଧି ଉପରେ ନଜର ରଖିଛନ୍ତି । ପ୍ରଥମେ ଶିମିଳିପାଳରୁ ଝାଡ଼ଖଣ୍ଡ ଏବେ ପଶ୍ଚିମବଙ୍ଗରେ ଆଗକୁ ଆଗକୁ ମାଡ଼ିଚାଲିଛି ଜିନ୍ନତ । ପଶ୍ଚିମବଙ୍ଗର ପଶ୍ଚିମ ମେଦିନାପୁର ଝାଡ଼ଗ୍ରାମ ଡେଇଁ ବାଘୁଣୀଟି ପୁରୁଲିଆ ବାନ୍ଦଓ୍ବାନ ଜଙ୍ଗଲରେ ପହଞ୍ଚିଛି । ସୁନ୍ଦରବନର ଅଭିଜ୍ଞ ବାଘ ଧରାଳି ଟିମ୍ ମଧ୍ୟ ଜୀନ୍ନତକୁ ଧରିବା ପାଇଁ ଉଦ୍ୟମ କରୁଥିବା ଜଣାପଡିଛି । 

Advertisment

ଜିନ୍ନତ ଓଡ଼ିଶାର ଶିମିଳିପାଳଠାରୁ ପ୍ରାୟ ୧୩୦କିମି ଦୂରରେ ରହିଛି । ଦିନକୁ ଯେ କୌଣସି ସମୟରେ ଏହା ଜଙ୍ଗଲ ଡେଇଁ ଜନବସତିକୁ ପଶିଯିବାର ଆଶଙ୍କା ମଧ୍ୟ ରହିଛି । ଏହାକୁ ନେଇ ପଶ୍ଚିମବଙ୍ଗ ବନବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ହାଇଆର୍ଲଟ ଜାରି କରାଯାଇଛି । ବାଘୁଣୀକୁ ଶୀଘ୍ର ଟ୍ରାଙ୍କୁଲାଇଜ କରି ଫେରାଇବା ଶିମିଳିପାଳ କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।