Indian Public School Photograph: (Kanak News)
କନକ ବ୍ୟୁରୋ : ସମ୍ବଲପୁରର ପ୍ରତିଷ୍ଠିତ ସ୍କୁଲ ଇଣ୍ଡିଆନ୍ ପବ୍ଲିକ୍ ସ୍କୁଲରେ ଆଜିଠାରୁ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ୨୦୨୫ ଆରମ୍ଭ ହେଲା, ଯାହାର ବିଧିବଦ୍ଧ ଉଦ୍ଘାଟନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସଚିନ ପାଠକ କରିଥିଲେ । ପ୍ରଥମେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ହେମନ୍ତ କୁମାର ୟାଦବ ପୁଷ୍ପଗୁଚ୍ଛ ଦେଇ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ସ୍ୱାଗତ କରିଥିଲେ ।
ସେହିପରି ବରିଷ୍ଠ ଶିକ୍ଷକ ବିକ୍ରମାଦିତ୍ୟ ଷଡ଼ଙ୍ଗୀ ପ୍ରଧାନ ଶିକ୍ଷକଙ୍କୁ ଅଙ୍ଗବସ୍ତ୍ର ଦେଇ ସମ୍ମାନିତ କରିଥିଲେ । ତା'ପରେ ପ୍ରଧାନ ଶିକ୍ଷକ, ବରିଷ୍ଠ ଶିକ୍ଷକ ତଥା ଏହି କ୍ରୀଡ଼ା ପ୍ରତିଯୋଗିତାର ସଞ୍ଚାଳିକା ସହ ସ୍କୁଲ କୋର୍ଡିନେଟର ରଶ୍ମିରେଖା ପଣ୍ଡା ମା' ସମଲେଶ୍ୱରୀଙ୍କୁ ପୁଷ୍ପ ଅର୍ପଣ କରି ଦୀପ ପ୍ରଜ୍ଜ୍ୱଳିତ କରି ଭକ୍ତି ଭାବରେ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏହି କ୍ରୀଡ଼ା ପ୍ରତିଯୋଗିତାର ଆରମ୍ଭ ପ୍ରଧାନ ଶିକ୍ଷକ ଶ୍ରୀ ସଚିନ ପାଠକଙ୍କ ଘୋଷଣା ତଥା ସ୍କୁଲ ପତାକା ଲାଗିଥିବା ବେଲୁନ୍ଗୁଚ୍ଛ ଉଡ଼ାଇ କରାଯାଇଥିଲା ।
ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଉତ୍ସାହ ଭରା ଖେଳ ଉପରେ ଗୀତ ପରିବେଷଣ କରାଯାଇଥିଲା । ବରିଷ୍ଠ ଶିକ୍ଷକ ବିକ୍ରମାଦିତ୍ୟ ଷଡ଼ଙ୍ଗୀ ଛାତ୍ରମାନଙ୍କୁ ଶପଥ ପାଠ କରାଇଥିଲେ । କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହେବା ପୂର୍ବରୁ ବିଦ୍ୟାଳୟର ଚାରି ସଦନର ଛାତ୍ରମାନଙ୍କ ଦଳ ପଡ଼ିଆରେ ମାର୍ଚ୍ଚ ପାଷ୍ଟ କରିଥିଲେ ଯାହାର ନେତୃତ୍ୱ ବିଦ୍ୟାଳୟର ପ୍ରଧାନ ଛାତ୍ରୀ ରିତିକା ମିଶ୍ର ତଥା ପ୍ରଧାନ ଛାତ୍ର ନୀତିନ ଅଗ୍ରୱାଲ କରିଥିଲେ ।
ମୁଖ୍ୟ ଅତିଥି ମହୋଦୟ ଛାତ୍ରମାନଙ୍କୁ ଖେଳର ମହତ୍ତ୍ୱ ବତାଇବା ସହ ଛାତ୍ରମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଏହାକୁ ଅତି ମହତ୍ତ୍ୱପୂର୍ଣ୍ଣ କହିଥିଲେ । ସେ ବିଶ୍ୱ ପ୍ରସିଦ୍ଧ ଧାବକ ଉସେନ୍ ବୋଲ୍ଟଙ୍କୁ ଉଲ୍ଲେଖ କରି ଛାତ୍ରମାନଙ୍କୁ ତାଙ୍କଠାରୁ ପ୍ରେରଣା ନେବା ପାଇଁ କହିଥିଲେ । ଏହା ସହିତ ସେ ତନ୍ମୟତାର ସହିତ ଜୀବନର ପ୍ରତି କ୍ଷେତ୍ରରେ ଆଗରେ ରହିବା ପାଇଁ ଛାତ୍ରମାନଙ୍କ ଉତ୍ସାହ ବଢ଼ାଇଥିଲେ । ଏହି ଅବସରରେ ବାଳକ ଏବଂ ବାଳିକା ବର୍ଗର ବିଭିନ୍ନ ପ୍ରତିଯୋଗିତାର ଆଜି ଶୁଭାରମ୍ଭ ହେଲା ଯେଉଁଥିରେ ଛାତ୍ରଛାତ୍ରୀମାନେ ବଢ଼ିଚଢ଼ି ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ପଡ଼ିଆକୁ ମଧ୍ୟ ବହୁତ ଆକର୍ଷକ ଢଙ୍ଗରେ ସଜାଯାଇଥିଲା । ବିଦ୍ୟାଳୟର ସମସ୍ତ ଛାତ୍ର ଏହି କ୍ରୀଡ଼ା ପ୍ରତିଯୋଗିତାର ଭରପୂର ଆନନ୍ଦ ଉଠାଇଥିଲେ ଏବଂ ନିଜ ନିଜ ସଦନ ଏବଂ କକ୍ଷର ପ୍ରତିଭାଗୀ ଖେଳାଳିମାନଙ୍କର ଉତ୍ସାହ ବଢ଼ାଇଥିଲେ । ଏହି ପ୍ରତିଯୋଗିତାକୁ ସଫଳ କରିବାରେ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଏବଂ ପ୍ରଶିକ୍ଷକ ରୋଶନୀ ସିଂହ, ରାହୁଲ କୁମାର, ସୌରଭ କୁମାର ସିଂହ, ଗିରିଜା ଶଙ୍କର ମିଶ୍ର, ସୁବ୍ରତ ବେହେରା ତଥା କହ୍ନେୟା ମହାନନ୍ଦାଙ୍କ ବିଶେଷ ଯୋଗଦାନ ରହିଥିଲା ।
Follow Us