କନକ ବ୍ୟୁରୋ: ପହଲଗାମକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବଢିବାରେ ଲାଗିଛି । ଆତଙ୍କୀଙ୍କୁ ପ୍ରୋତ୍ସାହନ ଦେବା ଅଭିଯୋଗରେ ପାକିସ୍ତାନ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି ଭାରତ । ଏପଟେ ମୋଦୀଙ୍କ ଆହ୍ୱାନ ପରେ ଦେଶ ଅପେକ୍ଷା କରିଛି କିଛି ବଡ଼ ଆକ୍ସନର । ଏହାର ଆଭାସ ମଧ୍ୟ ଅନୁଭୂତ ହେବାରେ ଲାଗିଲାଣି । ପାକିସ୍ତାନକୁ ଘେରିବା ପାଇଁ ଭାରତ ଏଥର ବଡ଼ ଘେରାବନ୍ଦୀ ଆରମ୍ଭ କରିଛି । 

Advertisment

ଭାରତର ସାମରିକ ଘେରାବନ୍ଦୀ
ପାକିସ୍ତାନକୁ ପାଣି ବନ୍ଦ ପରେ ଯୁଦ୍ଧ ପାଇଁ ପ୍ରସ୍ତୁତି
ସୀମାରେ ସେନା ଠୁଳ କରୁଛି ଭାରତ
ସ୍ଥଳସେନା, ନୌସେନା ଓ ବାୟୁସେନାର ବଡ଼ ଯୋଜନା
ଆକାଶ ମାର୍ଗରେ ଶକ୍ତି ପ୍ରଦର୍ଶନ କରୁଛି ରାଫେଲ ଓ ସୁଖୋଇ
ଆରବ ସାଗରରେ କରାଚୀ ମୁହାଁ ହେଲା ଆଇଏନଏସ ବିକ୍ରାନ୍ତ
ପଞ୍ଜାବ, ରାଜସ୍ଥାନ ଓ କାଶ୍ମୀର ସୀମାରେ ପୁଲିସ ଫୋର୍ସ ପ୍ରସ୍ତୁତ

ସେପଟେ ପାକିସ୍ତାନ ମଧ୍ୟ ନିଜ ନିଜ ସୀମାରେ ସେନା ଠୁଳ କରୁଥିବା ଜଣାପଡିଛି । ଦୁଇ ଦେଶ ପକ୍ଷରୁ ଯୁଦ୍ଧ ପାଇଁ ସମର ସଜ୍ଜା ଆରମ୍ଭ ହୋଇଥିବା ଜଣାପଡିଛି । ସେପଟେ ପାକ୍ ଯାଇଥିବା ଭାରତୀୟ ମାନେ ଦେଶକୁ ପ୍ରତ୍ୟାବର୍ତ୍ତନ କରିବା ଆରମ୍ଭ କରିଛନ୍ତି ।