ରାତିରେ ଶୋଇପଡିଲା କମିଶନରେଟ୍ ପୋଲିସ । ଛୁରୀ ଦେଖାଇ ମହିଳାଙ୍କୁ ଗଣଦୁଷ୍କର୍ମ କଲେ ଚୋର ।

Advertisment

ସମ୍ପତ୍ତି ଲୁଟିବାକୁ ଆସି ମହିଳାଙ୍କ ଇଜ୍ଜତ ଲୁଟ୍‌ । ଏକୁଟିଆ ପାଇ ଚୋର କଲେ ଦୁଷ୍କର୍ମ! ଏହା ଏମିତି ଏକ ଘଟଣା ଯାହା ଚୋର ମନରେ ପୋଲିସର ଭୟ ଆଦୌ ନଥିବାଭଳି ମନେ ହେଉଛି ।

ସମ୍ପତ୍ତି ଲୁଟିବାକୁ ଆସି ମହିଳାଙ୍କ ଇଜ୍ଜତ ଲୁଟ୍‌ । ଏକୁଟିଆ ପାଇ ଚୋର କଲେ ଦୁଷ୍କର୍ମ! ଏହା ଏମିତି ଏକ ଘଟଣା ଯାହା ଚୋର ମନରେ ପୋଲିସର ଭୟ ଆଦୌ ନଥିବାଭଳି ମନେ ହେଉଛି ।

rape by thief

କନକ ବ୍ୟୁରୋ: ସମ୍ପତ୍ତି ଲୁଟିବାକୁ ଆସି ମହିଳାଙ୍କ ଇଜ୍ଜତ ଲୁଟ୍‌ । ଏକୁଟିଆ ପାଇ ଚୋର କଲେ ଦୁଷ୍କର୍ମ! ଏହା ଏମିତି ଏକ ଘଟଣା ଯାହା ଚୋର ମନରେ ପୋଲିସର ଭୟ ଆଦୌ ନଥିବାଭଳି ମନେ ହେଉଛି । ରାଜଧାନୀ ଭୁବନେଶ୍ୱରରେ ସବୁଠି ସୁରକ୍ଷିତ କୁହାଯାଉଥିବା ଆପାର୍ଟମେଣ୍ଟରେ ଚୋରି କରିବାକୁ ଆସି ମହିଳାଙ୍କ ସହ ଦୁଷ୍କର୍ମ କରିଛନ୍ତି ଦୁଇ ଚୋର । ତେବେ ପୁରା କାହାଣୀ ଜାଣିଲେ ଆପଣଙ୍କ ଛାତି ଥରି ଉଠିବ । ଆଉ ସ୍ମାର୍ଟ ସିଟି ବୋଲାଉଥିବା ଭୁବନେଶ୍ୱରର ଢିଲା ସୁରକ୍ଷା ବ୍ୟବସ୍ଥା ପଦାରେ ପଡିଯିବ। ଭୁବନେଶ୍ୱରର ଏକ ବ୍ୟସ୍ତବହୁଳ ଅଞ୍ଚଳରେ ଥିବା ଆପାର୍ଟମେଣ୍ଟ । ଏହି ଆପାର୍ଟମେଣ୍ଟରେ ଚୋରି କରିବାକୁ ପଶିଥିଲେ ଦୁଇ ଚୋର ।

ରବିବାର ରାତି ପ୍ରାୟ ୨ଟା, ସାରା ସହର ଶୁନଶାନ୍ । ପ୍ରଥମ ମହଲାରେ ଥିବା ଗୋଟିଏ ଘରକୁ ଟାର୍ଗେଟ କରିଥିଲେ ଦୁଇ ଚୋର। ବାଲକୋନି କବାଟ ଖୋଲାଥିବାରୁ ଅତି ସହଜରେ ଘର ଭିତରକୁ ପଶିଗଲେ । ଘରେ ଥିବା ଆଲମାରୀରେ ଖୋଜାଖୋଜି କରିଥିଲେ। ଆଉ ଏତିକିବେଳେ ଘରେ ଥିଲେ ଜଣେ ବିବାହିତ ମହିଳା ଓ ତାଙ୍କର ୨ ବର୍ଷର କୁନି ଝିଅ। ମହିଳା ଜଣଙ୍କ ଉଠିଥିବାରୁ ଚୋରଙ୍କ ସହ ହେଲା ମୁହାଁମୁହିଁ । ହାତରେ ଛୁରୀ ଧରିଥିବା ଚୋର ମହିଳାଙ୍କୁ ଧମକାଇବା ଆରମ୍ଭ କଲେ । ଘରେ ରଖିଥିବା ସବୁ ସୁନା ଦେଇଦେବାକୁ ବାଧ୍ୟ କଲେ । ଚିତ୍କାର କଲେ ଜୀବନରୁ ମାରିଦେବାକୁ ଧମକ ଦେଲେ । ଘର ଯାକ ଖୋଜିଲେ, କିନ୍ତୁ କୌଣସି ଦାମୀ ଜିନିଷ ପାଇଲେ ନାହିଁ। ମହିଳା ଜଣକ ସୁନାର କାନ ଫୁଲ ପିନ୍ଧିଥିବାରୁ କାନ ଫୁଲ ଦେବାକୁ କହିଥିଲେ। କିନ୍ତୁ ଏତିକିରେ ସେମାନଙ୍କ ମନ ବୁଝିନଥିଲା।  

  • ସମ୍ପତ୍ତି ଲୁଟିବାକୁ ଆସିଥିବା ଚୋର ମହିଳାଙ୍କର ଇଜ୍ଜତ ଲୁଟିବାକୁ ସ୍ଥିର କଲେ
  • ଏତିକି ବେଳକୁ କୁନି ଝିଅଟି ବିଛଣାରେ ଉଠି ବସିଥାଏ
  • ହେଲେ କ’ଣ ସବୁ ଘଟିଚାଲିଛି ସେ ବୁଝିବା ସହଜ ନଥିଲା
  • ଝିଅ କାନ୍ଦୁଥିବାରୁ ତାକୁ ଚୁପ କରାଇବା ପାଇଁ କହିଥିଲେ ଚୋର 

ଅନ୍ୟ ଉପାୟ ନପାଇ ମହିଳା ଜଣକ ଝିଅ ହାତରେ ମୋବାଇଲଟିଏ ଧରାଇ ଦେଇଥିଲେ। ଆଉ ତାପରେ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ ଚୋର। ହାତରେ ଛୁରି ଧରିଥିବାରୁ, ପ୍ରତିବାଦ କଲେ କାଳେ ଝିଅକୁ ମାରିଦେବେ, ଏହି ଭୟରେ ଚୁପ ରହିଥିଲେ ମହିଳା। ତେବେ ଥରେ ଭାବନ୍ତୁ କିଭଳି ଥିବ ସେହି ମହିଳାଙ୍କ ଅବସ୍ଥା। ଶେଷରେ ଝିଅର ଜୀବନ ବଞ୍ଚାଇବାକୁ ଯାଇ ଚୋରଙ୍କ ନିକଟରେ ଆତ୍ମସମର୍ପଣ କରିବା ଛଡା ଅନ୍ୟ ଉପାୟ ନଥିଲା ତାଙ୍କର। ଆଉ ଜଣ ପରେ ଜଣେ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ ଦୁଇ ଚୋର। 

ଏଭଳି ସମ୍ବେଦନଶୀଳ ଘଟଣା କମିଶନରେଟ୍‌ ପୋଲିସ ଆଗରେ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ। ଚୋରି ସହ ଦୁଷ୍କର୍ମ ମାମଲା ରୁଜୁ କରିଛି ପୋଲିସ। ୨ ଚୋର ହିନ୍ଦୀରେ କଥା ହେଉଥିବାରୁ ରାଜ୍ୟ ବାହାରର ହୋଇଥିବା ଅନୁମାନ କରାଯାଉଛି। ତେବେ ସବଠାରୁ ବଡ ପ୍ରଶ୍ନ ହେଉଛି, କୁଆଡ଼େ ଗଲା କମିଶନରେଟ୍‌ ପୋଲିସର ରାତି ପାଟ୍ରୋଲିଂ? ପୋଲିସର ଢଲା ସୁରକ୍ଷା ବ୍ୟବସ୍ଥା ଅପରାଧୀଙ୍କୁ ସୁହାଉଛି କି? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe