କନକ ବ୍ୟୁରୋ : ବସ ଷ୍ଟାଣ୍ଡରୁ ହେଲା ବସ ଚୋରି । ତେଲ ଟ୍ୟାଙ୍କରରୁ ତେଲ ଖାଲି କରିନେବା ସହ ଚକା କାଢିନେଲେ ଚୋର । ଗଞ୍ଜାମ ଭଞ୍ଜନଗରରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ଚୋରଙ୍କ ଉତ୍ପାତ ବୃଦ୍ଧି ପାଉଥିବା ବେଳେ ଏହା ପୁଲିସ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଘର, ମନ୍ଦିର ଠାରୁ ନେଇ ବସ ଷ୍ଟାଣ୍ଡରୁ ଚୋରି କରି ଆଇନ ବ୍ୟବସ୍ଥାକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି ଦୁର୍ବୃତ୍ତ । ଗତ ୭ ତାରିଖରାତିରେ  ମା ଦୁର୍ଗା ନାମକ ଘରୋଇ ବସକୁ ଭଞ୍ଜନଗର ବସଷ୍ଟାଣ୍ଡରୁ ଚୋରି କରିନେଇଥିଲେ ଦୁବୃର୍ତ୍ତ । ସିସିଟିଭି ଭିଜୁଆଲକୁ ଆଧାର କରି ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ପରଦିନ ଛତ୍ରପୁର ନିକଟ ଏନ୍.ଏଚ କଡ଼ରୁ ବସଟି ଉଦ୍ଧାର କରାଯାଇଥିଲା ।

Advertisment

ଗଲା ମାସକ ମଧ୍ୟରେ ଆଉ ଦୁଇଟି ବସ ମଧ୍ୟ ଚୋରି କରାଯାଇଥିବା ଅଭିଯୋଗ ହୋଇଥିଲା । ଏହା ପଛରେ ଏକ ରାକେଟ କାମ କରୁଥିବା ବେଳେ କେତେକ କର୍ମଚାରୀଙ୍କର ମଧ୍ୟ ସମ୍ପୃକ୍ତି ଥିବା ପୋଲିସ ସନ୍ଦେହ କରୁଛି । କେବଳ ବସଚୋରି ନୁହେଁ ବିଗତ ଦିନରେ ଗଞ୍ଜାର ଅଧିଷ୍ଟାତ୍ରୀ ଦେବୀ ମା ତାରାତାରିଣୀଙ୍କ ମନ୍ଦିର ସମେତ ଅନେକ ସ୍ଥାନରୁ ଚୋରି ରାହାଜାନି ସଂଖ୍ୟା ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ଯାହା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।