ଭାରତ ଆକ୍ରମଣରେ ମାଟିରେ ମିଶିଲା ଆତଙ୍କୀ ଶିବିର : ଆତଙ୍କୀ ଠିକଣା, ପାକ୍ ସେନା ବେସ୍ ଓ ପରମାଣୁ ଠିକଣା ବର୍ବାଦ୍

ଭାରତର ଅପରେସନ ସିନ୍ଦୂର ପାକିସ୍ତାନରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଏହାର ପ୍ରମାଣ ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସିବାରେ ଲାଗିଛି ।

ନି

Photograph: (KanakNews )

କନକ ବ୍ୟୁରୋ,  ଭାରତର ଅପରେସନ ସିନ୍ଦୂର ପାକିସ୍ତାନରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଏହାର ପ୍ରମାଣ ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସିବାରେ ଲାଗିଛି । ସେନା ତରଫରୁ ଆଜି ପ୍ରେସମିଟରେ ଏନେଇ ବିସ୍ତୃତ ରିପୋର୍ଟ ଦେଶବାସୀଙ୍କୁ ଦିଆଯାଇଛି । ପହଲଗାମ ପ୍ରତିଶୋଧ ନେବା ପାଇଁ ଯେଉଁ ଅପରେସନ ଆରମ୍ଭ ହୋଇଥିବା ସେଥିରେ ଦେଶର ସାମରିକ ବାହିନୀକୁ ମିଳିଛି ଆଶାଠାରୁ ଅଧିକ ସଫଳତା । 
ଶତ୍ରୁ ଛାତିରେ ସେନାର କମାଣ
ଆତଙ୍କୀଙ୍କ ପାଇଁ ଲଢିବାକୁ ଆସିଥିଲା ପାକିସ୍ତାନ
ଭାରତ ସୀମା ଭିତରକୁ ଅନେକ ଡ୍ରୋନ୍ ପଠାଇଥିଲା
ଭାରତର ଏୟାର ଡିଫେନ୍ସ ସିଷ୍ଟମକୁ ଭେଦିବାରେ ହୋଇଥିଲା ବିଫଳ
ଆକାଶରେ ପାକିସ୍ତାନର ଚୀନ କ୍ଷେପଣାସ୍ତ୍ର ଫେଲ୍ ମାରିଥିଲା 
କାଉଣ୍ଟର ଷ୍ଟ୍ରାଇକରେ ପାକିସ୍ତାନ ସାମରିକ ଘାଟି ଧ୍ବଂସ
ପାକିସ୍ତାନର ୧୧ ଏୟାରବେସ୍ ହୋଇଛି କ୍ଷତିଗ୍ରସ୍ତ
ପାକିସ୍ତାନର ୧୩ଟି ସ୍ଥାନରେ ହିଟ୍ କରିଛି ଭାରତର ମିଜାଇଲ୍
ପାକିସ୍ତାନର ପରମାଣୁ ଆଡ୍ଡାରେ ଭାରତର ବାଜିଛି ମିଜାଇଲ୍
ଯାହାକୁ ଲୁଚାଇବାକୁ ଚେଷ୍ଠା କରୁଛି ପାକିସ୍ତାନ ସେନା
ଅପରେସନରେ ବ୍ରହ୍ମୋସ ଓ ଆକାସ ମିଜାଇଲ୍ ବ୍ୟବହାର କରାଯାଇଛି
ଉଭୟ ବାୟୁସେନା, ନୌସେନା ଓ ସ୍ଥଳସେନାର ମିଳିତ ଉଦ୍ୟମ ସଫଳ ହୋଇଛି

ପ୍ରେସମିଟରେ ଡିଜିଏମଓ କହିଛନ୍ତି, ଅପରେସନ୍ ସିନ୍ଦୂରରେ ବିଏସଫର ଯୋଗଦାନ ରହିଛି । ପହଲଗାମ୍‌ରେ ନିରୀହଙ୍କ ଉପରେ ଆକ୍ରମଣ କରାଯାଇଛି । ଏହାପରେ ଭାରତୀୟ ଯବାନ ଆତଙ୍କୀଙ୍କ ଉପରେ ସଠିକ୍ ଭାବେ ଆକ୍ରମଣ କରିଛନ୍ତି । ସୀମା ଅତିକ୍ରମ ନକରି ଆକ୍ରମଣ କରିଛୁ ବୋଲି ଡିଜିଏମଓ କହିଛନ୍ତି ।

ଭାରତର ଆତଙ୍କୀ ବିରୋଧୀ ଅଭିଯାନ ଆଗକୁ ମଧ୍ୟ ଜାରି ରହିବ । ସୀମା ପାର ଆତଙ୍କବାଦର ନିପାତ ପାଇଁ ଭାରତ ଆହୁରି ବ୍ୟାପକ ସାମରିକ ଅଭିଯାନ କରିବ । ଅପରେସନ ସିନ୍ଦୂର ଆଗରୁ ମଧ୍ୟ ଜାରି ରହିବ ବୋଲି ସେନା ତରଫରୁ ସୂଚାଇ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe