ବୌଦ୍ଧରେ କାଠ ମାଫିଆଙ୍କ ଆତଙ୍କ ରାଜ । କେନ୍ଦୁକାଠ କାଟି ବିଦେଶକୁ ଚୋରା ଚାଲାଣ..

Advertisment

ବୌଦ୍ଧରେ କାଠ ମାଫିଆଙ୍କ ଆତଙ୍କ ରାଜ । କେନ୍ଦୁକାଠ କାଟି ବିଦେଶକୁ ଚୋରା ଚାଲାଣ । ବନ ବିଭାଗ କର୍ମଚାରୀଙ୍କ ସଂପୃକ୍ତି ଅଭିଯୋଗ । ତଦନ୍ତ କରୁଛନ୍ତି ବ୍ରହ୍ମପୁର ଆରସିସିଏଫ ।

ବୌଦ୍ଧରେ କାଠ ମାଫିଆଙ୍କ ଆତଙ୍କ ରାଜ । କେନ୍ଦୁକାଠ କାଟି ବିଦେଶକୁ ଚୋରା ଚାଲାଣ । ବନ ବିଭାଗ କର୍ମଚାରୀଙ୍କ ସଂପୃକ୍ତି ଅଭିଯୋଗ । ତଦନ୍ତ କରୁଛନ୍ତି ବ୍ରହ୍ମପୁର ଆରସିସିଏଫ ।

WOOD

କନକ ବ୍ୟୁରୋ: ବୌଦ୍ଧରେ ଚାଲିଛି କେନ୍ଦୁ କାଠ ମାଫିଆଙ୍କ ରାଜ । ରାଜ୍ୟ ବାହାରକୁ ଚାଲାଣ ହେଉଛି କୋଟି କୋଟି ଟଙ୍କାର କେନ୍ଦୁ କାଠ । କଣ୍ଟାମାଳ ରେଞ୍ଜର ବୁଢାଖୋଲ ସଂରକ୍ଷିତ ଜଙ୍ଗଲରୁ ବେଧଡ଼କ ଭାବେ କଟା ହେଉଛି କେନ୍ଦୁ ଗଛ । ଆଉ ଦେଶ ବାହାରକୁ ଚାଲାଣ ହେଉଛି କେନ୍ଦୁଗଣ୍ଡି । ମାଫିଆଙ୍କୁ ବନବିଭାଗ ସାଥ ଦେଉଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଅଭିଯୋଗ ପାଇବା ପରେ ବ୍ରହ୍ମପୁରରୁ ଆରସିସିଏଫ କ୍ଷେତ୍ର ପରିଦର୍ଶନ କରିବା ସହ ତଦନ୍ତ କରିଛନ୍ତି । ଜଙ୍ଗଲ ଭିତରେ କଟା ହୋଇ ପଡିଛି କେନ୍ଦୁକାଠ ଗଣ୍ଡି । କଣ୍ଟାମାଳ ରେଞ୍ଜ ସେମିଲିଜୋରା ବିଟର ବୁଢାଖୋଲ ସଂରକ୍ଷିତ ଜଙ୍ଗଲରେ ଚାଲିଛି ମାଫିଆ ରାଜ୍ । ଏଇ ଗୋଟିଏ ସଂରକ୍ଷିତ ଜଙ୍ଗଲ ନୁହେଁ ଏଭଳି ଚିତ୍ର ଅନେକ ଜଙ୍ଗଲରେ ଦେଖିବାକୁ ମିଳିଛି । 

କଟରର କାଟି ପକାଉଛନ୍ତି ଗଛ । ବଡ଼ ବଡ଼ ଟ୍ରକରେ ଦେଶ ବାହାରକୁ ଚାଲାଣ ହେଉଥିବା ଅଭିଯୋଗ ହୋଇଛି । ସବୁ ଜାଣି କଣ୍ଟାମାଳ ବନ ବିଭାଗ ଚୁପ ବସିଛି । ମାଫିଆଙ୍କ ସହ ମିଶି ବନବିଭାଗର କିଛି ଅସାଧୁ ଅଧିକାରୀ ମୋଟା ଅଙ୍କର ଅର୍ଥ ନେଇ କାଠ ଚୋରାଚାଲାଣ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଗୋଟିଏ କେନ୍ଦୁଗଛ ୪ଫୁଟ ମୋଟେଇ ହେବା ପାଇଁ ପ୍ରାୟ ୧୦୦ବର୍ଷ ଲାଗେ । ଏହି ଗଛ ଆଦିବାସୀ ଜୀବନ ଜୀବିକା । ଫଳନ୍ତି ଗଛ କାଟିବା ପାଇଁ ଅନୁମତି ନାହିଁ । ମାଫିଆ ଗଛ କାଟୁଥିବା ବେଳେ ବନବିଭାଗ କ'ଣ କରୁଛି? ଏମିତି ପ୍ରଶ୍ନ କରିବା ସହ ତଦନ୍ତ କରି ଦୋଷୀ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ପ୍ରକୃତିପ୍ରେମୀ । କେନ୍ଦୁକାଠ ଚୋରା ଚାଲାଣ ଚେର ଜଙ୍ଗଲରୁ ଲଣ୍ଡାପଦର ସ୍ଥିତ କାଠ ଡିପୋ ଯାଏଁ ଲମ୍ୱିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଜଣେ ଗିରଫ ହୋଇଥିବା ବେଳେ ଆରସିସିଏଫ ସଞ୍ଜୟ କୁମାର ସ୍ୱାଇଁ କଣ୍ଟାମାଳ ରେଞ୍ଜରେ ତଦନ୍ତ କରିଛନ୍ତି । ତଦନ୍ତ ରିପୋର୍ଟ ଉଚ୍ଚପଦସ୍ତ ଅଧିକାରୀ ଓ ସରକାରଙ୍କୁ ଦିଆଯିବ ବୋଲି ଆରସିସିଏଫ କହିଛନ୍ତି । ତେବେ କେନ୍ଦୁଗଣ୍ଡି ଚୋରା ଚାଲାଣରେ ରୋକ ଲଗାଇବାରେ ବନ ବିଭାଗ କେବେ ସଫଳ ହେଉଛି, ତାହା ଆଗାମୀ ଦିନରେ ଜଣାପଡିବ।  
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe