କନକ ବ୍ୟୁରୋ : ରାଉରକେଲାରେ ସ୍ପଷ୍ଟ ଦିବାଲୋକରେ ଲୁଟ l ଝାମ୍ପି ନେଲେ ୫ ଲକ୍ଷ ଟଙ୍କା  l ସେକ୍ଟର ୧୯ ଷ୍ଟେଟ୍ ବ୍ୟାଙ୍କ୍ ଶାଖାରୁ ପରିବାର ଲୋକ ୫ଲକ୍ଷ ଟଙ୍କା ଉଠାଇ ନିଜ ବୋଲେରୋ ଗାଡ଼ିରେ ଚଢ଼ିବାକୁ ଯାଉଥିବା ବେଳେ ବ୍ଲାକ ପଲସରରେ ଦୁଇ ଜଣ ଯୁବକ ହଠାତ୍ ପହଞ୍ଚି ଟଙ୍କା ବ୍ୟାଗ୍ ଲୁଟି ନେଇ ଫେରାର ମାରିଛନ୍ତି ।

Advertisment

ନିଜ ପରିବାରର ଅନ୍ୟ କେତେଜଣ ସଦସ୍ୟଙ୍କ ସହ ବୋଲେରୋ ଗାଡ଼ିରେ ଆସିଥିଲେ । ହେଲେ ଝିଅ ଅନ୍ୟ ଏକ ସ୍କୁଟିରେ ଆସିଥିଲେ । ଟଙ୍କାଉଠାଇ ବାପ ଝିଅ ଦୁହେଁ ବୋଲେରୋ ଗାଡ଼ି ନିକଟରେ ପହଞ୍ଚି କଥାବାର୍ତ୍ତା ହେଉଥିବା ବେଳେ ଅଚାନକ ପଲସର ବାଇକରେ ହେଲମେଟ ପିନ୍ଧି ଦୁଇ ଦୁର୍ବୃତ୍ତ ଲୁଟି ନେଲେ । ଘଟଣାସ୍ଥଳରେ ସେକ୍ଟର -୧୯ ଥାନା ପୋଲିସ୍ ପହଞ୍ଚି ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ ପଚରାଉଚରା କରୁଛନ୍ତି । ତେବେ ଲୁଟ ର ଶୀକାର ବ୍ୟକ୍ତି ଜଣକ ଅବସରପ୍ରାପ୍ତ କନେଷ୍ଟବଳ ବୋଲି ଜଣାପଡିଛି l