କନକବ୍ୟୁରୋ : ଫସଲ ଉଜାଡି ଦେଲେ ୨୮ ଟିକିଆ ହାତୀପଲ । ଚିନ୍ତାରେ ଗ୍ରାମବାସୀ । ଏହାର ପ୍ରତିବାଦ କରି ବନ କର୍ମଚାରୀ ଙ୍କୁ ଘେରିଲେ ଗ୍ରାମବାସୀ । ଦିନକୁ ଦିନ ବଢୁଛି ହାତୀଙ୍କ ଦୌରାତ୍ମ୍ୟ ନଷ୍ଟ କରୁଛନ୍ତି ଶହ ଶହ ଏକର ଫସଲ ଓ ଘର ମଧ୍ୟ ନଷ୍ଟ କରୁଛନ୍ତି । ଦୀର୍ଘ ଦିନ ହେବ ଚମ୍ପୁଆ ରେଞ୍ଜରୁ ହାତୀ ଉପଦ୍ରବ ଥମିବାର ନାଁ ନେଉନାହିଁ ।
କିଛି ଦିନ ତଳେ ଏହି ୨୮ ଦଳିଆ ହାତୀ ପଲ ଚମ୍ପୁଆ ରେଞ୍ଜ ଛାଡ଼ି ପାଟଣା ରେଞ୍ଜକୁ ଚାଲିଯାଇଥିଲେ । ଏବେ ପୁଣି ଲେଉଟି ଆସି ଜାଲି,ରାଉତରାପୁର,ଝାଲିଆବେଡା, ବର୍ଧନା ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି । ବନ ବିଭାଗ ଏହି ହାତୀକୁ ନିୟନ୍ତ୍ରଣ କରିବାକୁ ବିଫଳ ହେବାରୁ ଚମ୍ପୁଆ ବ୍ଲକ ଜାଲି ଗ୍ରାମବାସୀ ବନବିଭାଗକୁ ଘେରାଉ କରିବା ସହ ହୋହାଲ୍ଲା କରୁଥିବା ଦେଖିବାକୁ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2024/11/12/bIKuX443tnTDktsWmpXG.jpg)