କନକ ବ୍ୟୁରୋ: ଭାସିଗଲା ଅସ୍ଥାୟୀ ଲୁହା ପୋଲ । ଜଲାପୁଟ ଡ୍ୟାମରେ ପାଣି ଛାଡିବା ପରେ ଆନ୍ଧ୍ର-ଓଡିଶାକୁ ସଂଯୋଗ କରୁଥିବା ଅସ୍ଥାୟୀ ଲୁହା ପୋଲ ଭାଙ୍ଗିଯାଇଛି । କୋରାପୁଟ ଜିଲ୍ଲାର ଜଲାପୁଟ ଗାଁକୁ ଆନ୍ଧ୍ରପ୍ରଦେଶର ସୀମାନ୍ତ ଗାଁ ଜଲାପୁଟକୁ ସଂଯୋଗ କରୁଛି ଏହି ବ୍ରିଜ୍ । ଗମନାଗମନ ବନ୍ଦ ହେବା ସହ ବିଦ୍ୟାଳୟ, ସ୍ବାସ୍ଥ୍ୟ ସେବା ପାଇବା ପାଇଁ ବହୁ ଅସୁବିଧାର ସମୁଖୀନ ହେବେ ଉଭୟ ସୀମାନ୍ତ ଆନ୍ଧ୍ର-ଓଡିଶାର ଲୋକେ l ଯାତାୟତ ପାଇଁ ଲୋକଙ୍କୁ ବିପଦ ସଂକୁଳ ଅବସ୍ଥାରେ ଯିବାକୁ ପଡିବ l ଘଟଣା ସ୍ଥଳରେ ଆନ୍ଧ୍ର ପ୍ରଶାସନିକ ଅଧିକାରୀ ପହଁଚି ସ୍ଥିତି ଅନୁଧ୍ୟାନ କରିଥିବା ବେଳେ କୋରାପୁଟ ଜିଲ୍ଲା ପ୍ରଶାସନର ଦେଖାନାହିଁ । ଯାହାକୁ ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି l ପୂର୍ବରୁ ୧୯୯୯ ମସିହାରେ ଏଠାରେ ଥିବା ସ୍ଥାୟୀ ପୋଲ ଜଳାପୁଟ ଜଲଭଣ୍ଡାରରୁ ପାଣି ଛାଡିବା ପରେ ଧୋଇଯାଇଥିଲା l ମରାମତି କରି ପୁଣି ଯାତାୟାତ ସ୍ୱାଭିବିକ ହୋଇଥିବା ବେଳେ ୨୦୦୬ରେ ପୁଣି ଧୋଇଯାଇଥିଲା । ପରବର୍ତୀ ସମୟରେ ଆନ୍ଦ୍ର ପ୍ରଶାସନ ୮ ଲକ୍ଷ ଟଙ୍କା ବ୍ୟୟରେ ଅସ୍ଥାୟୀ ଲୁହା ପୋଲ ନିର୍ମାଣ କରିଥିଲେ l ଗତକାଲି ଜଳଭଣ୍ଡାରର ପାଣି ଛାଡିବା ପରେ ରାତିରେ ସମ୍ପୂର୍ଣ୍ଣ ପୋଲଟି ଧୋଇଯାଇଛି l