ଉଦଳା-ବାଲେଶ୍ୱର ଅସ୍ଥାୟୀ ପୋଲ ବଢାଉଛି ଚିନ୍ତା । ୬ କୋଟିରୁ ଅଧିକ ଟଙ୍କା ବ୍ୟୟ ଅଟକଳ ପରେ ବି ସରୁନି ବ୍ରିଜ କାମ

ପୋଲ ନିର୍ମାଣ ସମୟରେ ଗ୍ରାମବାସୀମାନେ ବାରମ୍ବାର ପୋଲକୁ ଅଧିକ ଉଚ୍ଚ କରିବାକୁ ଅର୍ଥାତ୍ ଦୁଇ ଗୋଟି ହୋମପାଇପ୍ ପକାଇ କରିବାକୁ କହିଥିଲେ । ହେଲେ ବିଭାଗୀୟ ଯନ୍ତ୍ରୀ ଶୁଣିନଥିଲେ । ପୋଲ ଏବେ ନଦୀ ସୁଅରେ ବୁଡି ରହି ପୁରା ଭାଙ୍ଗିବା ଅବସ୍ଥାକୁ ଆସିଲାଣି । ଯାହାକୁ ନେଇ ଅସନ୍ତୋଷ ବଢି ଚାଲିଛି । 

13

କନକ ବ୍ୟୁରୋ : ନିଜ ଇଚ୍ଛା ଅନୁସାରେ କରି ଦେଇଗଲେ କାମ । ସ୍ଥାନୀୟ ଲୋକଙ୍କ କଥା ନଶୁଣି  ଅତି ବେପରୁଆ ଭାବେ କାମ କରି ଦେଇ ଠିକାଦାର ଓ ଯନ୍ତ୍ରୀ ଚାଲିଗଲେ । ନୂଆ ପୋଲ କରିବା ପ୍ରତିଶ୍ରୁତି ଦେଇ ୬ କୋଟିରୁ ଅଧିକ ଟଙ୍କା ଅଟକଳ ହେଲା । ହେଲେ ଦେଓ ନଦୀ ଭିତରେ ମାତ୍ର ଗୋଟିଏ ହୋମପାଇପ୍ ପକାଇ ତିଆରି କରିଦେଲେ ଅସ୍ଥାୟୀ ପୋଲ । ଉଦଳା-ବାଲେଶ୍ୱର ରାଜ୍ୟ ରାଜପଥର କଇଁସାରୀ ଠାରେ  ଜାମୁଘାଟ ପୋଲ ଲୋକଙ୍କ ପାଇଁ ବିପଦ ପାଲଟିଛି । ନଦୀର ସାମାନ୍ୟ ଜଳସ୍ତର ବଢିଲେ ଏହି ପୋଲ ଉପରେ ଚାଲୁଛି ପାଣି । ଲୋକେ ଜୀବନକୁ ବାଜି ଲଗାଇ ଭରା ନଦୀ ଭିତରେ ପାଣିରେ ପଶି ପୋଲ ପାର ହେଉଛନ୍ତି । ଅନେକ ସମୟରେ ଅଘଟଣ ମଧ୍ୟ ଘଟୁଥିବାର ନଜିର ରହିଛି ।

ପୋଲ ନିର୍ମାଣ ସମୟରେ ଗ୍ରାମବାସୀମାନେ ବାରମ୍ବାର ପୋଲକୁ ଅଧିକ ଉଚ୍ଚ କରିବାକୁ ଅର୍ଥାତ୍ ଦୁଇ ଗୋଟି ହୋମପାଇପ୍ ପକାଇ କରିବାକୁ କହିଥିଲେ । ହେଲେ ବିଭାଗୀୟ ଯନ୍ତ୍ରୀ ଶୁଣିନଥିଲେ । ପୋଲ ଏବେ ନଦୀ ସୁଅରେ ବୁଡି ରହି ପୁରା ଭାଙ୍ଗିବା ଅବସ୍ଥାକୁ ଆସିଲାଣି । ଯାହାକୁ ନେଇ ଅସନ୍ତୋଷ ବଢି ଚାଲିଛି । 

ଲୋକଙ୍କ ଗମନା ଗମନର ଏକ ମାତ୍ର ମାଧ୍ୟମ ଥିବା ବେଳେ ଖୁବଶୀଘ୍ର ନୂଆ ପୋଲ କରାଯାଇପାରିଲେ ପୁରା ଗାଁର ଲୋକ ଉପକୃତ ହୋଇପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe