କନକ ବ୍ୟୁରୋ: ବାତ୍ୟାକୁ ନେଇ ପୁଣି ଆସିଛି ବଡ ଖବର । ବଙ୍ଗୋପସାଗରରେ ଗଭୀର ଅବପାତ ବାତ୍ୟା ରୂପ ନେବା ପରେ ଏହା ଏବେ ୧୫ କିଲୋମିଟର ବେଗରେ ଉତ୍ତର- ପଶ୍ଚିମ ଦିଗରେ ଆଗକୁ ବଢୁଛି । କ୍ରମେ ଏହାର ଭୀଷଣ ବାତ୍ୟା ରୂପ ନେଇ ଧାମରାରୁ ଭିତରକନିକା ମଧ୍ୟରେ ଲ୍ୟାଣ୍ଡଫଲ କରିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ପୂର୍ବରୁ ବାତ୍ୟା ୧୮ କିଲୋମିଟର ବେଗରେ ଗତି କରୁଥିବାବେଳେ ଏବେ ଏହାର ଗତିରେ ଧୀରତା ଆସି ୧୫ କିଲୋମିଟରକୁ ହ୍ରାସ ପାଇଛି । ଫଳରେ ସମୁଦ୍ର ଭିତରେ ଏହାର ଅଧିକ ଶକ୍ତିଶାଳୀ ହେଉଥିବା କୁହାଯାଉଛି । ଏବେ ସୁଦ୍ଧା ମିଳିଥିବା ପାଣିପାଗ ବିଭାଗ ସୂଚନା ମୁତାବକ, ଏବେ ଏହା ପାରାଦୀପ ଠାରୁ ୫୨୦ କିଲୋମିଟର ଦୂରରେ ରହିଛି । ସାଗରଦ୍ୱୀପଠାରୁ ଏହାର ଦୂରତା ୬୦୦ କିଲୋମିଟର ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/10/23/SDIZKvzrRSIMahIEKsyf.jpg)