କନକ ବ୍ୟୁରୋ:  ସମଲେଇ ମନ୍ଦିରର ବିଦ୍ୟୁତ ବିଲ୍‌ ୨୮ ଲକ୍ଷରେ ପହଁଚିଲାଣି । କୋଭିଡ ସମୟରରୁ ୮ଲକ୍ଷ ବକେୟା ଥିବା ଟଙ୍କାକୁ ମିଶାଇ ବିଲ୍ ଏବେ ୨୮ଲକ୍ଷ । ମାସକୁ ଅଢେଇରୁ ତିନିଲକ୍ଷ ଟଙ୍କା ଆସୁଛି ବିଲ୍‌। ବିଦ୍ୟୁତ ବିଲ୍ କମାଇବାକୁ ସମଲେଇ ମନ୍ଦିରରେ ସୋଲାର ପ୍ଲାଣ୍ଟ କାମ ଆରମ୍ଭ ହେଇଥିଲା । ପ୍ଲାଣ୍ଟ ବସିଲେ ବିଦ୍ୟୁତ ଉତ୍ପାଦନ ସହ ବିକ୍ରି କରିବାକୁ ଯୋଜନା ହୋଇଥିଲା।  ହେଲେ ବିଲ୍ ବାକି ଥିବାରୁ TPWODL, ସୋଲାର ପ୍ଲାଣ୍ଟରେ ସହଯୋଗ କରୁନଥିବା ଅଭିଯୋଗ ହୋଇଛି । 

Advertisment

ସୋଲାର ପ୍ଲାଣ୍ଟ ବସିଲେ ବିଲ୍ କମିଯିବ । ଯାହା ଫଳରେ TPWODL କ୍ଷତି ସହିପାରେ। ଏହାସହ ଆବଶ୍ୟକତାଠାରୁ ଅଧିକ ବିଦ୍ୟୁତ୍ ବିଲ୍ ଉତ୍ପାଦନ ହେଲେ ସମଲେଇ ମନ୍ଦିର ବିଦ୍ୟୁତ୍ ବିକ୍ରି କରିପାରିବ।  ଫଳରେ ଜାଣିଶୁଣି ବିଦ୍ୟୁତ ବିତରଣ ସଂସ୍ଥା ସହଯୋଗ କରନୁଥିବା ଚର୍ଚ୍ଚା ହେଉଛି ।  ଅତିଶୀଘ୍ର ସୋଲାର ପ୍ଲାଣ୍ଟ କାର୍ଯ୍ୟକ୍ଷମ କରି ରାଜସ୍ବ ବଂଚାଇବାକୁ ସବୁ ମହଲରୁ ଦାବି ହୋଇଛି।