ଆଜିଠୁ ପୁଣି ବଢିବ ତାପମାତ୍ରା ; କଲବଲ କରିବ ତାତି

କମିଲା କାଳବୈଶାଖୀ ପ୍ରକୋପ। ଆଜିଠୁ ରାଜ୍ୟରେ ପୁଣି ବଢିବ ତାପମାତ୍ରା। ପୁଣିଥରେ ତାତି କରିବ କଲବଲ । ଆସନ୍ତା ତିନିଦିନ ଭିତରେ ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବା ନେଇ ପୂର୍ବାନୁମାନ

Weather Odisha

Weather Odisha Photograph: (KanakNews)

କନକ ବ୍ୟୁରୋ: କମିଲା କାଳବୈଶାଖୀ ପ୍ରକୋପ। ଆଜିଠୁ ରାଜ୍ୟରେ ପୁଣି ବଢିବ ତାପମାତ୍ରା। ପୁଣିଥରେ ତାତି କରିବ କଲବଲ । ଆସନ୍ତା ତିନିଦିନ ଭିତରେ ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । 

ସୂଚନା ଅନୁସାରେ, ରାଜ୍ୟରେ ପୁଣି ଉପରମୁହାଁ ହେବ ପାରଦ । ଆସନ୍ତା ୩ ଦିନ ଭିତରେ ପୁଣି ତାପମାତ୍ରା ବୃଦ୍ଧି ପାଇବା ଆଶଙ୍କା ରହିଛି । ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବ । ଗତ କିଛିଦିନ ଧରି କାଳବୈଶାଖୀ ପ୍ରଭାବରେ ସାରା ରାଜ୍ୟରେ ତାପମାତ୍ରା ହ୍ରାସ ପାଇଥିଲା । ୪୦ ଡିଗ୍ରୀ ତଳେ ରହିଥିଲା ସବୁ ସହରର ପାରଦ । ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ ରଚିଥିଲା । କୁଆପଥର ବର୍ଷାରେ ବେହାଲ ହୋଇଥିଲା ଧନଜୀବନ । ଆଜିଠୁ ପୁଣି ତାପମାତ୍ରା ବଢିବା ସହ ଗୁଳୁଗୁଳି ଅନୁଭୂତ ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe