ଫେବ୍ରୁଆରୀ ଦ୍ବିତୀୟ ସପ୍ତାହରୁ ଅସହ୍ୟ ତାତି । ବଲାଙ୍ଗୀରରେ ଉପରମୁହାଁ ପାରଦ ।

Advertisment

ବଲାଙ୍ଗୀରରେ ତାପମାତ୍ରା ୩୮ ଡିଗ୍ରୀ ଛୁଇଁଲାଣି । ଅସ୍ତବ୍ୟସ୍ତ ହେଲେଣି ସହରବାସୀ ।

ବଲାଙ୍ଗୀରରେ ତାପମାତ୍ରା ୩୮ ଡିଗ୍ରୀ ଛୁଇଁଲାଣି । ଅସ୍ତବ୍ୟସ୍ତ ହେଲେଣି ସହରବାସୀ ।

ଏବେଠୁ ଏତେ, ଆଗକୁ କେତେ?

ଏବେଠୁ ଏତେ, ଆଗକୁ କେତେ?

କନକ ବ୍ୟୁରୋ :  ଆଗରୁ ମାର୍ଚ୍ଚ ମାସରୁ ବଲାଙ୍ଗୀରରେ ଗରମ ଅନୁଭୂତ ହେଉଥିଲା। ହେଲେ ଏବେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଫେବ୍ରୁଆରୀରୁ ଖରାରେ ସିଝୁଛନ୍ତି ବଲାଙ୍ଗୀର ବାସୀ। ଜିଲ୍ଲାରେ ବର୍ଷା, ଶୀତ ସେମିତି ଅନୁଭୂତ ହେଉନାହିଁ । ବର୍ଷକରୁ ୪ ମାସ ଛାଡ଼ି ଦେଲେ ବାକି ସବୁବେଳେ ଗରମ ହେଉଛି। ଯାହା ସାଧାରଣ ଜୀବନଯାପନକୁ ପ୍ରଭାବିତ କରୁଛି ।

ପାନୀୟ ଜଳ ସମସ୍ୟା ଓ ମନ ଇଚ୍ଛା ବିଦ୍ୟୁତ କାଟ ଯୋଗୁଁ ବଲାଙ୍ଗୀରବାସୀଙ୍କ ଆଉଟପାଉଟ୍ ହେଉଥିବା ଦେଖିବାକୁ ମିଳିଛି । ବଲାଙ୍ଗୀର ଜିଲ୍ଲାଟି ଭୌଗଳିକ ଦୃଷ୍ଟିକୋଣରୁ ଏକ ଶୁଷ୍କ ଓ ମାଳ ଅଞ୍ଚଳ। ପୂର୍ବରୁ ଏଠାରେ ବହୁ ପରିମାଣର ଗଛ ଥିଲା। ତାପମାତ୍ରା ବଢ଼ୁଥିଲେ ମଧ୍ୟ ଲୋକ ହଇରାଣ ହେଉନଥିଲେ। ହେଲେ ଏବେ ସହରୀକରଣ ନାଁରେ ଗଛ କଟା ଚିନ୍ତାର କାରଣ ହୋଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe