ପରାଜୟର କାରଣ ଖୋଜୁଛି ଦଳ । ନବରଙ୍ଗପୁରରେ କାହିଁକି ହାରିଲା ବିଜେଡି

ନବରଙ୍ଗପୁରରେ କାହିଁକି ହାରିଲା ବିଜେଡି ସୁପ୍ରିମୋଙ୍କ ଆଗରେ ତାର କାରଣ କହିଛନ୍ତି ପ୍ରଦୀପ ମାଝୀ । ପରାଜୟ ପାଇଁ ମୁଖ୍ୟତଃ ତିନୋଟି ପ୍ରସଙ୍ଗକୁ ଦାୟୀ କରିଛନ୍ତି

pradip

କନକବ୍ୟୁରୋ: ନବରଙ୍ଗପୁରରେ କାହିଁକି ହାରିଲା ବିଜେଡି ସୁପ୍ରିମୋଙ୍କ ଆଗରେ ତାର କାରଣ କହିଛନ୍ତି ପ୍ରଦୀପ ମାଝୀ  । ପରାଜୟ ପାଇଁ ମୁଖ୍ୟତଃ ତିନୋଟି ପ୍ରସଙ୍ଗକୁ ଦାୟୀ କରିଛନ୍ତି  । ମେଣ୍ଟ ଚର୍ଚ୍ଚା, ଦଳୀୟ କନ୍ଦଳ ଏବଂ ନିର୍ବାଚନ ପରିଚାଳନା ତୃଟିକୁ ଦାୟୀ କରିଛନ୍ତି ପ୍ରଦୀପ  । ଚଳିତ ନିର୍ବାଚନରେ ନବରଙ୍ଗପୁର ଲୋକସଭା ଆସନରୁ ପରାଜିତ ହୋଇଥିଲେ ପ୍ରଦୀପ  

ବିଜେପିର ବଳଭଦ୍ର ମାଝୀଙ୍କଠାରୁ ପରାସ୍ତ ହୋଇଥିଲେ । ଏହି ପରାଜୟ ପରେ ଜିଲ୍ଲା ୱାରୀ ସମୀକ୍ଷା କରୁଛନ୍ତି ନବୀନ ପଟ୍ଟନାୟକ । ସୋମବାର ନବରଙ୍ଗପୁର ଜିଲ୍ଲାର ସମୀକ୍ଷା ଥିବା ବେଳେ ସୁପ୍ରିମୋଙ୍କ ଆଗରେ ପରାଜୟର କାରଣ କହିଛନ୍ତି ପ୍ରଦୀପ ମାଝୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe