ଶିକ୍ଷୟିତ୍ରୀଙ୍କ ମାଡ଼ରେ କୁନି ଝିଅର ଆଖି ନଷ୍ଟ ; ଗଣିତ ଆସିଲାନି ବୋଲି ଦେଲେ ଦଣ୍ଡ

ଶିକ୍ଷୟିତ୍ରୀଙ୍କ ମାଡ଼ରେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କ ଆଖି ନଷ୍ଟ । ଗଣିତ ଆସିଲାନି ବୋଲି ମାଡ଼ ମାରିଥିବା ଅଭିଯୋଗ । ଖଣ୍ଡଗିରି ଥାନାରେ ମାମଲା ରୁଜୁ । ଘଟଣାକୁ ନେଇ ସଫେଇ ଦେଲେ ଶିକ୍ଷୟତ୍ରୀ ।   

6

କନକ ବ୍ୟୁରୋ: ଭୁବନେଶ୍ବର ଡୁମୁଡୁମା ଫେଜ-ଟୁରେ ଥିବା ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ଅଭବନୀୟ ଘଟଣା I ମାଡ଼ ମାରି ଆଖି ନଷ୍ଟ କରିଦେଲେ ଶିକ୍ଷୟିତ୍ରୀ । ଜଣେ ୪ର୍ଥ ଶ୍ରେଣୀ ଛାତ୍ରୀଙ୍କୁ ମାଡ଼ ମାରି ଲହୁ ଲୁହାଣ କରିଛନ୍ତି ଶିକ୍ଷୟିତ୍ରୀ I ଗଣିତ ଆସିଲାନି ବୋଲି ମାଡ଼ ମାରି ଆଖି ଫଟେଇ ଦେଇଥିବା ଅଭିଯୋଗ ହୋଇଛି I ୯ ବର୍ଷର ଝିଅକୁ ଏକ ସ୍ୱତନ୍ତ୍ର ଆଖି ଡାକ୍ତରଖାନାରେ ଚିକିତ୍ସା କରାଯାଇଛି । ଏନେଇ ଖଣ୍ଡଗିରି ଥାନାରେ ମାମଲା ରୁଜୁ ହୋଇଛି । ସେପଟେ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଶିକ୍ଷୟିତ୍ରୀ । କହିଛନ୍ତି ଘଟଣା ପାଇଁ ସେ ଦୁଃଖିତ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe