କନକ ବ୍ୟୁରୋ: ଭୁବନେଶ୍ବର ଡୁମୁଡୁମା ଫେଜ-ଟୁରେ ଥିବା ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ଅଭବନୀୟ ଘଟଣା I ମାଡ଼ ମାରି ଆଖି ନଷ୍ଟ କରିଦେଲେ ଶିକ୍ଷୟିତ୍ରୀ । ଜଣେ ୪ର୍ଥ ଶ୍ରେଣୀ ଛାତ୍ରୀଙ୍କୁ ମାଡ଼ ମାରି ଲହୁ ଲୁହାଣ କରିଛନ୍ତି ଶିକ୍ଷୟିତ୍ରୀ I ଗଣିତ ଆସିଲାନି ବୋଲି ମାଡ଼ ମାରି ଆଖି ଫଟେଇ ଦେଇଥିବା ଅଭିଯୋଗ ହୋଇଛି I ୯ ବର୍ଷର ଝିଅକୁ ଏକ ସ୍ୱତନ୍ତ୍ର ଆଖି ଡାକ୍ତରଖାନାରେ ଚିକିତ୍ସା କରାଯାଇଛି । ଏନେଇ ଖଣ୍ଡଗିରି ଥାନାରେ ମାମଲା ରୁଜୁ ହୋଇଛି । ସେପଟେ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଶିକ୍ଷୟିତ୍ରୀ । କହିଛନ୍ତି ଘଟଣା ପାଇଁ ସେ ଦୁଃଖିତ ।