କନକ ବ୍ୟୁରୋ: ଚକାଚକ୍ କୋଠା, ମଡେଲ କ୍ଲାସ ରୁମ୍ । କମ୍ପ୍ୟୁଟର ଅଛି । ହେଲେ ଯାହା ମୁଖ୍ୟ ଆବଶ୍ୟକ ତାହା ନାହିଁ । କଳାହାଣ୍ଡି ମୁଖିଗୁଡାରେ ୧୯୮୨-୮୩ରେ ସ୍ଥାପିତ ହୋଇଛି ଉପର ଇନ୍ଦ୍ରାବତୀ ଯୋଜନା ଉଚ୍ଚ ବିଦ୍ୟାଳୟ। ବର୍ତ୍ତମାନ ୨୩୮ ଛାତ୍ରଛାତ୍ରୀ ଅଛନ୍ତି। ସ୍କୁଲଟି ପୂର୍ବ ସରକାରଙ୍କ ସମୟରେ ରୂପାନ୍ତରିତ ହୋଇଛି। ଏବେ କୋଠା ପୁରା ଚକାଚକ୍। ସବୁ ପ୍ରକାର ଆନୁସଙ୍ଗିକ ବ୍ୟବସ୍ଥା ରହିଛି ।
କିନ୍ତୁ ଷଷ୍ଠରୁ ଦଶମ ଶ୍ରେଣୀ ପର୍ୟ୍ୟନ୍ତ ଥିବା ସ୍କୁଲ ଚାଲିଛି ୨ଜଣ ଶିକ୍ଷକଙ୍କୁ ନେଇ। ପ୍ରଧାନ ଶିକ୍ଷକ ପାଠପଢ଼ାରୁ ଆରମ୍ଭ କରି ଅଫିସ କାମ, ଅନଲାଇନ କାମ ସବୁ ଦାୟିତ୍ବ ବୁଝୁଛନ୍ତି। ତେଣୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ଶିକ୍ଷକ ଅଭାବ ନେଇ ଅନେକ ଥର ବିଭାଗୀୟ ଅଧିକାରୀଙ୍କୁ ଜଣାଇଛନ୍ତି। ଶିଶୁ ଦିବସରେ ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇଥିଲେ। ସ୍ଥାନୀୟ ପ୍ରଶାସନ ବୁଝାସୁଝା କରି ଆବଶ୍ୟକ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଦୁଇ ଜଣ ଶିକ୍ଷକଙ୍କୁ ଡେପୁଟେସନରେ ପଠାଇଛନ୍ତି ଜୟପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ । ଏବେ ମଧ୍ୟ ବିଜ୍ଞାନ, କଳା, ସଂସ୍କୃତ, ହିନ୍ଦୀ, ଶିକ୍ଷକ ନାହାନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2024/11/30/UiX36EmS7S5nhzq3lHSP.jpg)