ବହିକୁ ଡରୁଛି ତାଲିବାନ୍ । ଧାର୍ମିକ ବିରୋଧୀ ପୁସ୍ତକକୁ ବଜାରକୁ ଆସିବାକୁ ଦେଉନି ତାଲିବାନ୍

ଗୋଟେ ସମୟରେ ଆମେରିକା ଭଳି ଦେଶକୁ ଚିନ୍ତାରେ ପକାଇ ଦେଇଥିବା ତାଲିବାନ ଏବେ ବହିକୁ ଡରୁଛି । ଆପଣ ଯାହା ଶୁଣିଲେ ତାହା ପୂରା ଠିକ । ତାଲିବାନ ବହିକୁ ଭୟ କରୁଛି, ତାଲିବାନ ସରକାର ଏଭଳି ପୁସ୍ତକକୁ ବଜାରକୁ ଆସିବାକୁ ଦେଉନାହାନ୍ତି, ଯାହାକୁ ସେମାନେ ଧାର୍ମିକ ବିରୋଧୀ ବୋଲି ଭାବୁଛନ୍ତି ।

Taliban

କନକ ବ୍ୟୁରୋ : ଗୋଟେ ସମୟରେ ଆମେରିକା ଭଳି ଦେଶକୁ ଚିନ୍ତାରେ ପକାଇ ଦେଇଥିବା ତାଲିବାନ ଏବେ ବହିକୁ ଡରୁଛି । ଆପଣ ଯାହା ଶୁଣିଲେ ତାହା ପୂରା ଠିକ । ତାଲିବାନ ବହିକୁ ଭୟ କରୁଛି, ତାଲିବାନ ସରକାର ଏଭଳି ପୁସ୍ତକକୁ ବଜାରକୁ ଆସିବାକୁ ଦେଉନାହାନ୍ତି, ଯାହାକୁ ସେମାନେ ଧାର୍ମିକ ବିରୋଧୀ ବୋଲି ଭାବୁଛନ୍ତି । ବାସ୍ତବରେ ତାଲିବାନ ସରକାର ଆମଦାନୀ ହେଉଥିବା ବହିଗୁଡ଼ିକର ଯାଞ୍ଚ ଆରମ୍ଭ କରିଛନ୍ତି । ଏହାବ୍ୟତୀତ ଲାଇବ୍ରେରୀରୁ କିଛି ବହି ହଟାଯିବା ସହ ନିଷିଦ୍ଧ ପୁସ୍ତକର ତାଲିକା ମଧ୍ୟ ବଣ୍ଟନ କରାଯାଉଛି । ତାଲିବାନ ପ୍ରଶାସନର ଏହା କରିବାର  ଉଦ୍ଦେଶ୍ୟ ହେଉଛି ଅଣ-ଇସଲାମିକ ଏବଂ ସରକାର ବିରୋଧୀ ବହିକୁ ବଜାରରୁ ହଟାଇବା । ଅର୍ଥାତ୍ ତାଲିବାନଙ୍କ ଦୃଷ୍ଟିରେ ସରକାର ବିରୋଧୀ କିମ୍ବା ଅଣ-ଇସଲାମିକ ପୁସ୍ତକ ଆଉ ଆଫଗାନିସ୍ତାନର କୌଣସି ପାଠାଗାର କିମ୍ବା ବହି ଦୋକାନରେ ସ୍ଥାନ ପାଇବ ନାହିଁ । 

ଆଫଗାନିସ୍ତାନରେ ୪୦୦ ପୁସ୍ତକ ନିଷିଦ୍ଧ ହୋଇଛି । କାବୁଲର ଜଣେ ପ୍ରକାଶକ ଅନ୍ତରାଷ୍ଟ୍ରୀୟ ଗଣମାଧ୍ୟମକୁ  କହିଛନ୍ତି,  ନିୟମ ସହିତ କାମ କରିବା କଷ୍ଟକର ଏବଂ ଚାରିଆଡେ ଭୟ ରହିଛି ।  କିନ୍ତୁ ପୂର୍ବରୁ କୌଣସି ଭୟ ନଥିଲା । ଆମେ କିଛି ପରିବର୍ତ୍ତନ ଆଣିପାରିବା କି ନାହିଁ ମୁଁ ଜାଣେ ନାହିଁ କିନ୍ତୁ ଆମକୁ ସ୍ୱର ଉତ୍ତୋଳନ କରିବାକୁ ପଡ଼ିବ ବୋଲି ବହି ପ୍ରକାଶକ ଜଣକ କହିଛନ୍ତି । ଇସଲାମ ବିରୋଧୀ ପୁସ୍ତକ କୁ ଅନୁମତି ନାହିଁ । ତାଲିବାନୀ ଅଧିକାରୀ ମହମ୍ମଦ ସାଦିକ ଖାଡେମି କହିଛନ୍ତି, "ଆମେ କୌଣସି ନିର୍ଦ୍ଦିଷ୍ଟ ଦେଶ କିମ୍ବା ବ୍ୟକ୍ତିଙ୍କ ପୁସ୍ତକ ଉପରେ ପ୍ରତିବନ୍ଧକ ଲଗାଇନାହୁଁ । କିନ୍ତୁ ଆମେ ପୁସ୍ତକ ପଢୁଛୁ ଏବଂ ଧର୍ମ, ଶରିୟତ ଏବଂ ସରକାରଙ୍କ ବିରୁଦ୍ଧରେ ବହି କିମ୍ବା ଜୀବଜନ୍ତୁଙ୍କ ଚିତ୍ର ଥିବା ପୁସ୍ତକକୁ ନିଷିଦ୍ଧ କରୁଛୁ । ମହମ୍ମଦ ସାଦିକ କହିଛନ୍ତି ଯେ ଗତ ତିନି ମାସ ହେବ ଆମଦାନୀ ହେଉଥିବା ବହିଗୁଡ଼ିକର ତଦନ୍ତ ଆରମ୍ଭ ହୋଇଛି । ଧର୍ମ, ବିଶ୍ୱାସ, ସମ୍ପ୍ରଦାୟ କିମ୍ବା ଶରିୟତ ବିରୋଧୀ କୌଣସି ପୁସ୍ତକକୁ ଆମେ ଅନୁମୋଦନ କରିବୁ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe