କନକ ବ୍ୟୁରୋ : ବାଲିଆପାଳ ବ୍ଲକରେ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଥିଲା ମେଗା ପାନୀୟ ଜଳ ପ୍ରକଳ୍ପ । ୧୭୧ କୋଟି ୫୧ ଲକ୍ଷ ବ୍ୟୟ ବରାଦରେ ହୋଇଥିଲା। ସୁବର୍ଣ୍ଣରେଖା ନଦୀରୁ ପାଣି ଉଠାଇ ବିଶୋଧନ କରି ୨୨ଟି ପଞ୍ଚାୟତର ୧୪୪ ଗାଁକୁ ଯୋଗାଣ ହେବ । ହେଲେ ୨୦୨୧ ଡିସେମ୍ବରରେ ଆରମ୍ଭ ହୋଇଥିବା ଏହି କାମ ଆଜି ଯାଏଁ ସରିନି । ନିର୍ମାଣର ଅବଧି ଥିଲା ୩ବର୍ଷ, କିନ୍ତୁ ୪ ବର୍ଷ ବିତିଥିଲେ ମଧ୍ୟ ୩୦% କାମ ସରିନାହିଁ । 

Advertisment

 ସେଥିରେ ପୁଣି ନିମ୍ନମାନର କାମ କରାଯାଉଥିବା ଅଭିଯୋଗ ହୋଇଛି । ବେଳାଭୂମିର ପଟୁମାଟି ମିଶା ଲୁଣି ବାଲି ସହ ଖରାପ ସିମେଣ୍ଟ ବ୍ୟବହାର  କରି ମାଟି ଉପରେ କଂକ୍ରିଟ ବିଛାଇ କାମ କରାଯାଉଛି । ତଦାରଖ ପାଇଁ କେହି ଆସୁନଥିବାରୁ ଫାଇଦା ନେଉଛନ୍ତି ସୁପରଭାଇଜର । ଏହାର ବିରୋଧ କଲେ ଓଲଟା ସୁପରଭାଇଜର ଗାଁ ଲୋକଙ୍କୁ ନାଲି ଆଖି ଦେଖାଉଥିବା ଅଭିଯୋଗ କରାଯାଇଛି । ଏପଟେ ଘଟଣାର ତଦନ୍ତ ନେଇ ପ୍ରତିଶ୍ରୁତି ଦେଇଛନ୍ତି ବାଲେଶ୍ବର ଉପଜିଲ୍ଲାପାଳ ।  

ତୁରନ୍ତ ପ୍ରକଳ୍ପ କାମ ସାରିବା ସହ ଘଟଣାର ତଦନ୍ତ କରାଯାଇ କାର୍ୟ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି।