କନକ ବ୍ୟୁରୋ : ସାମ୍ନାକୁ ଆସିଲା ସମ୍ୱଲପୁରୀ ଗାୟିକା ରୁକ୍‌ସାନାଙ୍କ ଶେଷ ଚିଠି। ମୃତ୍ୟୁ ପୂର୍ବରୁ ରୁକସାନା ନିଜ ଅନୁଭୂତି ଏକ କାଗଜରେ ଲେଖିଥିଲେ। ଆଉ ସେହି ଚିଠି ଏବେ କନକ ନ୍ୟୁଜ ହାତରେ ଲାଗିଛି। ଡାକ୍ତରଖାନାରେ ଚିକିତ୍ସା ହେଉଥିବାବେଳେ ତାଙ୍କୁ ଯେଉଁ ଯନ୍ତ୍ରଣା ହେଉଥିଲା, ସେକଥା ଚିଠିରେ ବଖାଣିଛନ୍ତି ରୁକ୍‌ସାନା । 

Advertisment

ସେପଟେ କଣ୍ଠଶିଳ୍ପୀ ରୁକ୍ସାନା ବାନୁଙ୍କ ମୃତ୍ୟୁକୁ ନେଇ ସନ୍ଦେହ ଉପୁଜିଛି । ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ। ସାମାଜିକ ଗଣମାଧ୍ୟମରେ ତାଙ୍କ ମା’ ପଶ୍ଚିମ ଓଡିଶାର ଜଣେ ବିଶିଷ୍ଟ କଳାକାର ରୁକୁ ସୁନାଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ତେବେ ତାଙ୍କ ପରିବାର ପ୍ରତି ବିପଦ ଥିବାରୁ ସେମାନେ କୌଣସି ଥାନାରେ ଅଭିଯୋଗ କରିନାହାନ୍ତି ବୋଲି କହିଛନ୍ତି। ତାଙ୍କ ପଛରେ କିଛି ଅସାମାଜିକ ଯୁବକ ଥିବା ସାଂଘାତିକ ଅଭିଯୋଗ କରିଛନ୍ତି ରୁକସାନା ବାନୋଙ୍କ ପରିବାର। ପୂର୍ବରୁ ସେ ଦିଲ୍ଲୀ ଜନ୍ତରମନ୍ତରରେ ନିଜ ହକ ପାଇଁ ଧାରଣା ଦେଇ ଚର୍ଚ୍ଚିତ ହୋଇଥିଲେ। ବରଗଡରେ ଚିକିତ୍ସାଧୀନ ଅବସ୍ଥାରେ ରୁକ୍‌ସାନାଙ୍କ ମୃତ୍ୟୁ ହୋଇଥିଲା।