କନକ ବ୍ୟୁରୋ : ପୁଣି ବଢ଼ିଲା ବିବାଦୀୟ ଆଇପିଏସ ରାଜେଶ ପଣ୍ଡିତଙ୍କ ନିଲମ୍ବନ ଅବଧି । ଆଜି ତାଙ୍କ ନିଲମ୍ବନ ଅବଧି ଶେଷ ହେଉଥିବା ବେଳେ ଏହାକୁ ଆହୁରି ୬୦ ଦିନ ବୃଦ୍ଧି କରିଛି ଗୃହ ବିଭାଗ । ପୂର୍ବରୁ ମଧ୍ୟ ୨ଥର ତାଙ୍କ ନିଲମ୍ବନ ଅବଧି ବୃଦ୍ଧି କରାଯାଇଥିଲା ।
ଭାରତୀୟ ପୋଲିସ ସେବା ଆଇନ ଉଲ୍ଲଙ୍ଘନ କରିବା ଅଭିଯୋଗରେ ୨୦୦୭ ବ୍ୟାଚର ଆଇପିଏସ ଅଧିକାରୀ ରାଜେଶ ପଣ୍ଡିତଙ୍କୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର । ମାମଲାର ସମୀକ୍ଷା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା କମିଟିର ବୈଠକ ହୋଇଥିଲା । ସମୀକ୍ଷା କମିଟି ସମସ୍ତ ଦଲିଲକୁ ଯାଞ୍ଚ କରିବା ପରେ ରାଜଶେ ପଣ୍ଡିତଙ୍କ ନିଲମ୍ବନ ଅବଧି ବୃଦ୍ଧି ପାଇଁ ସୁପାରିଶ କରିଥିଲେ । ଏହାପରେ ତାଙ୍କ ନିଲମ୍ବନ ଅବଧିକୁ ଆହୁରି ୬୦ ଦିନ ବୃଦ୍ଧି କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/01/25/UipqvNEkvQo2w7of5pE8.jpg)