କନକ ବ୍ୟୁରୋ: କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଉପରେ ହୋଇଥିବା ନିଲମ୍ବନ ଆଦେଶ ଶେଷ ହୋଇଛି । ଆଜି ବିଧାନସଭାକୁ ଆସିବେ ଜୟପୁର ବିଧାୟକ ତାରା ବାହିନୀପତି । ତେବେ ଆଜି ବିଧାନସଭାରେ କ’ଣ ରହିବ ତାରାଙ୍କ ଆଭିମୁଖ୍ୟ, ତା ଉପରେ ସମସ୍ତଙ୍କ ନଜର ରହିଛି । ବିଧାନସଭାରେ ବିଶୃଙ୍ଖଳା କରିବା ଅଭିଯୋଗରେ ତାରା ବାହିନୀପତିଙ୍କୁ ୭ ଦିନ ପାଇଁ ନିଲମ୍ବିତ କରିଥିଲେ ବାଚସ୍ପତି ସୁରମା ପାଢୀ । ଗତ ୧୧ ତାରିଖରେ ଅଧିବେଶନ ଚାଲିଥିବା ବେଳେ ଗୃହ ଭିତରେ ବିଶୃଙ୍ଖଳା କରିଥିଲେ ତାରା । ଏହାପରେ ତାରାଙ୍କୁ ସସପେଣ୍ଡ କରିଥିଲେ ବାଚସ୍ପତି । ତେବେ ତାରାଙ୍କୁ ନିଲମ୍ବନ ପ୍ରତିବାଦରେ କକ୍ଷତ୍ୟାଗ କରିଥିଲେ କଂଗ୍ରେସ ବିଧାୟକ । ଗାନ୍ଧୀ ମୂର୍ତ୍ତି ତଳେ ବସି ସାରା ରାତି ପ୍ରତିବାଦ କରିବାକୁ ନିଷ୍ପତ୍ତି ନେଇଥିଲେ । ପିସିସି ସଭାପତି ପହଞ୍ଚି ବୁଝାସୁଝା କରିବା ପରେ ଧାରଣାରୁ ଉଠିଥିଲେ ଦଳର ବିଧାୟକ ।
ଆଜି ସରୁଛି ତାରାଙ୍କ ନିଲମ୍ବନ; ଗୃହକୁ ଫେରିବେ କଂଗ୍ରେସ ବିଧାୟକ
କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଉପରେ ହୋଇଥିବା ନିଲମ୍ବନ ଆଦେଶ ଶେଷ ହୋଇଛି। ଆଜି ବିଧାନସଭାକୁ ଆସିବେ ଜୟପୁର ବିଧାୟକ ତାରା ବାହିନୀପତି। ତେବେ ଆଜି ବିଧାନସଭାରେ କ’ଣ ରହିବ ତାରାଙ୍କ ଆଭିମୁଖ୍ୟ, ତା ଉପରେ ସମସ୍ତଙ୍କ ନଜର ରହିଛି
/kanak/media/media_files/2025/03/21/QedL9Grvdt5AHyw7jqAO.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)