କନକ ବ୍ୟୁରୋ: ଦଳର ବରିଷ୍ଠ ନେତାଙ୍କ ସହ ନବୀନ ନିବାସରେ ଆଲୋଚନା କରିଛନ୍ତି ବିଜେଡି ସୁପ୍ରିମୋ । ବିଜେଡିର ସାଙ୍ଗଠନିକ କାର୍ଯ୍ୟ ଓ ସଦସ୍ୟ ସଂଗ୍ରହ ଉପରେ ବୈଠକରେ ଆଲୋଚନା ହୋଇଛି । ପାଖାପାଖି ୪୦ ରୁ ଅଧିକ ବରିଷ୍ଠ ନେତା, ପୂର୍ବତନ ବିଧାୟକ ଓ ବିଧାୟକ ପ୍ରାର୍ଥୀ ନବୀନ ନିବାସ ବୈଠକରେ ସାମିଲ ହୋଇଥିଲେ। ତୃଣମୂଳ ସ୍ତରରେ ସଦସ୍ୟତା ଅଭିଯାନକୁ ତ୍ଵରାନିତ କରିବାକୁ ସୁପ୍ରିମୋ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୦ ତାରିଖ ଭିତରେ ସୁପ୍ରିମୋଙ୍କ ପାଖରେ ରିପୋର୍ଟ ଦାଖଲ ପାଇଁ ନେତାଙ୍କୁ ଡେଡ ଲାଇନ୍ ଦିଆଯାଇଛି । ପୂର୍ବ ବର୍ଷ ଅପେକ୍ଷା ଟାର୍ଗେଟ ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଲୋକଙ୍କୁ ଦଳ ସହ ଯୋଡିବା ପାଇଁ ନେତାଙ୍କୁ ଅଣ୍ଟା ଭିଡ଼ିବାକୁ ପରାମର୍ଶ ଦେଇଛନ୍ତି ନବୀନ। ସୁସଂଗଠିତ ହୋଇ ଦଳ କେମିତି ଆଗକୁ ବଢିବ ତାକୁ ନେଇ ଗୁରୁମନ୍ତ୍ର ଦେଲେ ବିଜେଡି ସୁପ୍ରିମୋ।
ବିଜେଡିକୁ ଘାରିଛି ସଂଗଠନ ଚିନ୍ତା । ପୂର୍ବତନ ବିଧାୟକ ଓ ବିଧାୟକ ପ୍ରାର୍ଥୀଙ୍କ ସହ ନବୀନ ନିବାସରେ ବୈଠକ କଲେ ସୁପ୍ରିମୋ
ଦଳର ବରିଷ୍ଠ ନେତାଙ୍କ ସହ ନବୀନ ନିବାସରେ ଆଲୋଚନା କରିଛନ୍ତି ବିଜେଡି ସୁପ୍ରିମୋ । ବିଜେଡିର ସାଙ୍ଗଠନିକ କାର୍ଯ୍ୟ ଓ ସଦସ୍ୟ ସଂଗ୍ରହ ଉପରେ ବୈଠକରେ ଆଲୋଚନା ହୋଇଛି । ପାଖାପାଖି ୪୦ ରୁ ଅଧିକ ବରିଷ୍ଠ ନେତା, ପୂର୍ବତନ ବିଧାୟକ ଓ ବିଧାୟକ ପ୍ରାର୍ଥୀ ନବୀନ ନିବାସ ବୈଠକରେ ସାମିଲ ହୋଇଥିଲେ।
/kanak/media/media_files/2024/12/14/2WC6XEDo0ETDtQZWRt1S.jpeg)