କନକ ବ୍ୟୁରୋ: ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ଅପିଲ । ଡାକ୍ତରଙ୍କୁ କାର୍ଯ୍ୟକୁ ଫେରିବା ପାଇଁ ଅପିଲ କରିଛନ୍ତି ସୁପ୍ରିମକୋର୍ଟ । ଡାକ୍ତରଙ୍କୁ ସୁରକ୍ଷା ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆନ୍ଦୋଳନକାରୀ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Advertisment

ବହୁ ଚର୍ଚ୍ଚିତ କୋଲକାତା ଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟ ନିଜ ଆଡ଼ୁ ହସ୍ତକ୍ଷେପ କରିବା ସହ ଡାକ୍ତକଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକଟ କରିଛନ୍ତି । ଡାକ୍ତରଙ୍କ ସୁରକ୍ଷା ପାଇଁ ଏସଓପି ପ୍ରସ୍ତୁତ କରିବାକୁ ନ୍ୟାସନାଲ ଟାସ୍କ ଫୋର୍ସ ଗଠନ କରିବାକୁ କହିଛନ୍ତି । ଏଥିସହ ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗ ଦେବା ପାଇଁ କହିଛନ୍ତି ସୁପ୍ରିମକୋର୍ଟ ଖଣ୍ତପୀଠ । ତଦନ୍ତରେ ଶୀଥିଳତା ଏବଂ ହସ୍ପିଟଲାରେ ଭଙ୍ଗାରୁଜା କରିବା ନେଇ କୋଲକାତା ପୁଲିସ ଉପରେ ବର୍ଷିଛନ୍ତି ପ୍ରଧାନ ବିଚାରପତି ।

ଶୁଣାଣି ସମୟରେ ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ଼ କହିଛନ୍ତି, ‘ସମସ୍ତ ଡାକ୍ତରମାନେ ସେମାନଙ୍କ କାର୍ଯ୍ୟକୁ ଫେରିଯାଆନ୍ତୁ । ଆମେ କିଛି ସାଧାରଣ ଆଦେଶ ପାସ୍ କରିବୁ । ଡାକ୍ତରମାନଙ୍କ ଉପରେ ପ୍ରତିକୂଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ଆମେ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବୁ । ଥରେ ସେମାନେ କାର୍ଯ୍ୟକୁ ଫେରିଗଲେ, ପୁନର୍ବାର ସବୁକିଛି ଠିକ୍ ଚାଲିବ । ଯଦି ସେମାନେ କାର୍ଯ୍ୟକୁ ନ ଫେରନ୍ତି, ତେବେ ସରକାରୀ ସ୍ୱାସ୍ଥ୍ୟ ସୁବିଧା ଢାଞ୍ଚା ଚାଲିବ କିପରି?

ଆରଜି ମେଡିକାଲ କଲେଜ ଓ ହସ୍ପିଟାଲର ସୁରକ୍ଷା ଦାୟିତ୍ୱ ସିଆଏସଏଫକୁ ଦେଇଛନ୍ତି ସୁପ୍ରିମକୋର୍ଟ । ସେପଟେ କୋଲକାତା ପୁଲିସ ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ବିରୋଧରେ ଦୁର୍ନୀତି ମାମଲା ରୁଜୁ କରିଛି ।