କନକ ବ୍ୟୁରୋ : ମାଗଣା ଯୋଜନା ନେଇ ବର୍ଷିଲେ ସର୍ବୋଚ୍ଚ ନ୍ୟାୟାଳୟ । ଦେଶରେ ବିଭିନ୍ନ ରାଜ୍ୟରେ ଚାଲିଥିବା ମାଗଣା ଯୋଜନା ନେଇ ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । କହିଛନ୍ତି ଏଭଳି ମାଗଣା ଯୋଜନା ପାଇଁ ଲୋକେ କାମ କରିବାକୁ ଇଚ୍ଛା ପ୍ରକାଶ କରୁ ନାହାନ୍ତି । ନିକଟରେ ହୋଇଥିବା ଦିଲ୍ଲୀ ନିର୍ବାଚନ ପୂର୍ବରୁ ଆପ, ବିଜେପି ଓ କଂଗ୍ରେସ ଲୋକଙ୍କ ପାଇଁ ଅନେକ ମାଗଣା ଯୋଜନା ଘୋଷଣା କରିଥିଲେ । ତେବେ ସହରାଞ୍ଚଳରେ ଘର ନଥିବା ବ୍ୟକ୍ତିଙ୍କୁ ମାଗଣା ଘର ଦେବା ଯୋଜନା ସମ୍ପର୍କୀତ ଏକ ମାମଲାର ଶୁଣାଣି ବେଳେ ଏଭଳି କହିଛନ୍ତି କୋର୍ଟ । ଏହି ମାମଲାର ଶୁଣାଣିକୁ ୬ ସପ୍ତାହ ଯାଏ ସ୍ଥଗିତ ରଖାଯାଇଛି ।
ମାଗଣା ଯୋଜନା ନେଇ ବର୍ଷିଲେ ସୁପ୍ରିମକୋର୍ଟ । କହିଲେ ମାଗଣା ସୁବିଧା ପାଇଁ କାମ କରିବାକୁ ଚାହୁଁ ନାହାନ୍ତି ଲୋକେ
ମାଗଣା ଯୋଜନା ନେଇ ବର୍ଷିଲେ ସର୍ବୋଚ୍ଚ ନ୍ୟାୟାଳୟ । ଦେଶରେ ବିଭିନ୍ନ ରାଜ୍ୟରେ ଚାଲିଥିବା ମାଗଣା ଯୋଜନା ନେଇ ଉଦବେଗ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ ।
/kanak/media/media_files/2025/02/12/jKOdI9Ow5g4Wn9eB6bga.jpg)