ଦିନେ ମାଛ ଧରୁଥିଲେ ; ଓଏଏସ୍ ପାଇ ବାପାଙ୍କ ପାଇଁ ଖୁସି ଆଣିଲେ

Advertisment

ଦିନେ ବାପାଙ୍କ ସହ ମିଶି ଚିଲିକାରେ ମାଛ ଧରୁଥିଲେ  । ଓଏଏସ୍ ପାଇବା ପରେ ସେହି ଡଙ୍ଗାରେ ବୁଲାଇଲେ ବାପା ଓ ଗ୍ରାମବାସୀ । ପୁରୀ କୃଷ୍ଣପ୍ରସାଦ ବ୍ଲକର ସୌମ୍ୟରଞ୍ଜନ ଜେନାଙ୍କ ଗାଁରେ ନାହିଁ ନଥିବା ଉତ୍ସାହ । ବନ୍ଦାପନା କରି ବୁଲାଇଲେ ଗାଁ  ।

ଦିନେ ବାପାଙ୍କ ସହ ମିଶି ଚିଲିକାରେ ମାଛ ଧରୁଥିଲେ  । ଓଏଏସ୍ ପାଇବା ପରେ ସେହି ଡଙ୍ଗାରେ ବୁଲାଇଲେ ବାପା ଓ ଗ୍ରାମବାସୀ । ପୁରୀ କୃଷ୍ଣପ୍ରସାଦ ବ୍ଲକର ସୌମ୍ୟରଞ୍ଜନ ଜେନାଙ୍କ ଗାଁରେ ନାହିଁ ନଥିବା ଉତ୍ସାହ । ବନ୍ଦାପନା କରି ବୁଲାଇଲେ ଗାଁ  ।

22

କନକ ବ୍ୟୁରୋ: ଦିନେ ବାପାଙ୍କ ସହ ମିଶି ଚିଲିକାରେ ମାଛ ଧରୁଥିଲେ। ସେହି ମାଛ ବିକ୍ରି କରି କିପରି ନିଜେ ବଞ୍ଚିବେ ଆଉ ପରିବାର ପ୍ରତିପୋଷଣ କରିବେ ଏବଂ ପାଠ ପଢ଼ି ବାପା ମାଆଙ୍କ ନାଁ ରଖିବେ, ସେନେଇ ଦିନରାତି ସ୍ବପ୍ନ ଦେଖୁଥିଲେ । ଆଜି ଓଡ଼ିଶା ପ୍ରାଶାସନିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । 

ଆମେ କହୁଛୁ, ପୁରୀ କୃଷ୍ଣପ୍ରସାଦ ବ୍ଳକ୍ ବ୍ରହ୍ମପୁର ଗାଁର ସୌମ୍ୟରଞ୍ଜନ ଜେନାଙ୍କ କଥା । ଓଏଏସ ପାଇବା ପରେ ତାଙ୍କୁ ଡଙ୍ଗାରେ ବୁଲାଇଛନ୍ତି ବାପା । ଯେଉଁ ଡଙ୍ଗାରେ ସୌମ୍ୟ ଚିଲିକାକୁ ଯାଇ ବାପାଙ୍କ ସହ ମାଛ ଧରୁଥିଲେ, ସେହି ଡଙ୍ଗାରେ ସୌମ୍ୟଙ୍କୁ ତାଙ୍କ ବାପା ଚିଲିକା ବୁଲାଇଛନ୍ତି । ତାପରେ ନିଜ ପରିବାର ପରିଜନ, ବନ୍ଧୁବାନ୍ଧବ ଓ ଗାଁଲୋକେ ମିଶି ବନ୍ଦାପନା କରି ଢୋଲ ବଜାଇ ଗାଁ ବୁଲାଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe