କନକ ବ୍ୟୁରୋ : ଛାବା ଉର୍ଫ ଛତ୍ରପତି ସାମ୍ବାଜୀ । ଏହି ଚରିତ୍ର ପାଇଁ ଏବେ ସବୁଠି ପ୍ରଶଂସା ଓ ଚର୍ଚ୍ଚା ସାଉଁଟିଛନ୍ତି ଅଭିନେତା ଭିକି କୌଶଳ । ତେବେ ଏହି ଚରିତ୍ରରେ ଓହ୍ଲାଇବା ସେତିକି ସହଜ ନଥିଲା । ସାମ୍ବାଜୀ ଚରିତ୍ରରେ ପରଫେକ୍ଟ ଦେଖାଯିବା ପାଇଁ ଭିକି କିଭଳି ଦିନ ରାତି ବେଶ ପରିଶ୍ରମ କରିଥିଲେ ସେକଥା ଏବେ ସାମ୍ନାକୁ ଆସିଛି । କସରତ ସହ ଘୋଡା ଚାଳନା, ଖଣ୍ଡା ଚାଳନାଠୁ ଡାଏଟରେ ପରିବର୍ତ୍ତନ । ଦିନକୁ ୬ରୁ ୮ ଘଣ୍ଟାର ଲାଠି ଚାଳନା,ଖଣ୍ଡା ଚାଳନା ଓ ଘୋଡା ଚାଳନା ଶିଖୁଥିଲେ । ଏଥିସହ ୨୫ କେଜି ଓଜନ ବଢ଼ାଇଥିଲେ । ଏହି ସବୁ ଦିଗ ଉପରେ ଧ୍ୟାନ ଦେବା ପରେ ଛାବା କ୍ୟାରେକ୍ଟର ପାଇଁ ନିଜକୁ ଗଢ଼ି ତୋଳିଥିଲେ ଭିକି । 

Advertisment

୬ମାସ ଲମ୍ବା ତାଲିମ ନେବା ପରେ ଅଭିନେତା ନିଜକୁ ଠିକ ଛତ୍ରପତୀ ସାମ୍ବାଜି ଉର୍ଫ ଛାବା ଭାବେ ନିଜକୁ ପରଦାକୁ ଓହ୍ଲାଇଥିଲେ । କେବଳ ସେତିକି ନୁହଁ ଯେଉଁ ଆକ୍ସନ ସିନ ପାଇଁ ସବୁଠୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି, ସବଠୁ ଅଧିକ ଲୋକପ୍ରିୟତା ମିଳିଛି ସେହି ସିନକୁ ଆଉ କେହି ନୁହେଁ ନିଜେ ଭିକି ହିଁ ନିର୍ଦ୍ଦେଶନା ଦେଇଥିଲେ । ଔରଙ୍ଗାଜେବ ଯେବେ ଛାବାଙ୍କୁ ଶିକୁଳିରେ ବାନ୍ଧି ଅତ୍ୟାଚାର କରୁଥିଲା, ସେହି ରକ୍ତଜୁଡୁବୁଡ ସିନକୁ ନିଜେ ନିର୍ଦ୍ଦେଶନା ଦେଇଥିଲେ । ଏହି ସମୟରେ ଭିକିଙ୍କୁ ଆଘାତ ମଧ୍ୟ ଲାଗିଥିବା ଜଣାପଡିଛି । କେବଳ ସେତିକି ନୁହେଁ ପ୍ରତିଦିନ ଦେହରେ ଅନେକ ଆଘାତ ନେଇ ଫେରୁଥିଲେ ଭିକି ।

ତେବେ ଯାହା ବି ହେଉ ଭିକିଙ୍କ ପରିଶ୍ରମ ପରଦା ଉପରେ କମାଲ କରିଛି । ଚଳିତବର୍ଷ ସବୁଠୁ ଅଧିକ ଆୟ କରିଥିବା ସିନେମା ହୋଇଛି ଛାବା