କନକ ବ୍ୟୁରୋ: ସରିଲା ସୁଭଦ୍ରାଶକ୍ତି ମେଳା । ୯ ଦିନରେ ୪00 ବନିଲେ ଲକ୍ଷପତି ଦିଦି । ଲକ୍ଷପତି ଦିଦି ପ୍ରୟାସ ସଫଳ ହୋଇଥିବା ସୁଭଦ୍ରା ଶକ୍ତି ମେଳାର ଉଦଯାପନୀ ଉତ୍ସବରେ ଯୋଗ ଦେଇ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି ମେଳାରେ ୭ ଲକ୍ଷ ଗ୍ରାହକ ଆସିଥିବା ବେଳେ ୫ କୋଟି ଟଙ୍କାର ବେପାର ହୋଇଛି। ପ୍ରତ୍ୟକ ଷ୍ଟଲ ୨ ରୁ ୪ ଲକ୍ଷ ଟଙ୍କାର ଲାଭ କରିବାରେ ସଫଳ ହେଇପାରିଛନ୍ତି ।  

Advertisment

ଆଗକୁ ବିଭିନ ଅଞ୍ଚଳରେ ଏହି ମେଳା ଲାଗିଥିବାରୁ ସେଠୁମଧ୍ୟ ଲକ୍ଷପତି ଦିଦି ଶ୍ରୁଷ୍ଟି ହେବେ ବୋଲି କହିଛନ୍ତି ସେ । ଏହି ମେଳା ୨୨ ତାରିଖ ରୁ ଆରମ୍ଭ ହୋଇଥିଲା । ୯ ଦିନରେ ଭଲ ବେପାର ହୋଇଥିବା ସ୍ବଂୟ ସହାୟକ ମହିଳା ମାନେ କହିଛନ୍ତି । ଗୋଟେ ଜାଗାରେ ଭଲ ଜିନିଷ ମିଳିଥିବାରୁ ଗ୍ରାହକ ମଧ୍ୟ ଅନେକ ସାମଗ୍ରୀ କିଣିଥିବା ଗ୍ରାହକ ମାନେ କହିଛନ୍ତି । ମହିଳାଙ୍କୁ ସସକ୍ତ କରିବାର ସରକାରଙ୍କ ଏହି ପ୍ରୟାସ ଙ୍କୁ ଗ୍ରାହକ ମଧ୍ୟ ସ୍ୱାଗତ କରିଛନ୍ତି । ଏହି ଷ୍ଟଲ ରେ ଭଲ ପ୍ରଦର୍ଶନ ବା ଭଲ ବେପାର କରିଥିବା ଏସଏଚଜିକୁ ସମ୍ମାନିତ ମଧ୍ୟ କରାଯାଇଛି।