କନକ ବ୍ୟୁରୋ : ସୁବର୍ଣ୍ଣରେଖା ନଦୀରେ ବନ୍ୟା ପରିସ୍ଥିତି । ଦୁଇ କୂଳ ଖାଇ ପ୍ରବାହିତ ହେଉଛି ବର୍ଷର ପ୍ରଥମ ବନ୍ୟାଜଳ। ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଝାଡ଼ଖଣ୍ଡ ଗୁଲୁଡିହି ବ୍ୟାରେଜକୁ ୨ଲକ୍ଷ ୪୨ହଜାର କ୍ୟୁସେକ ପାଣି ଛଡ଼ାଯାଇଛି । ଉପରମୁଣ୍ଡରେ ପାଣି ଛଡାଯିବା ପରେ ନଦୀର ଜଳସ୍ତର ଧିରେ ଧିରେ ବଢୁଛି । ବାଲେଶ୍ୱର ଜିଲ୍ଲା ରାଜଘାଟଠାରେ ସୁବର୍ଣ୍ଣରେଖାର ବିପଦ ସଙ୍କେତ ୧୦.୩୬ ମିଟର, ଦିନ ୩ଟା ସୁଦ୍ଧା ୧୦.୨୬ ମିଟର ଜଳ ପ୍ରବାହିତ ହେଉଛି । ଜଳ ସମ୍ପଦ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଓ ଅନ୍ୟ ଅଧିକାରୀ ତଳିଆ ଅଞ୍ଚଳ ବୁଲି ଦେଖିଛନ୍ତି । ପ୍ରଶାସନ ପକ୍ଷରୁ ଦୁର୍ବଳ ନଦୀବନ୍ଧ ନିକଟରେ ବାଲି ବସ୍ତା ପ୍ରସ୍ତୁତ ରଖାଯାଇଛି । ବହୁସ୍ଥାନରେ ନଦୀବନ୍ଧ ନଥିବାରୁ ତଳିଆ ଅଞ୍ଚଳର ଲୋକ ଆତଙ୍କିତ ଅବସ୍ଥାର ଅଛନ୍ତି ।
ସୁବର୍ଣ୍ଣରେଖାରେ ଜଳସ୍ତର ବଢୁଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର ତଳିଆ ଅଞ୍ଚଳରେ ବନ୍ୟା ପାଣି ପଶିଛି । ରାସଗୋବିନ୍ଦପୁର ଓ ସାରସକଣା ବ୍ଲକରେ ବନ୍ୟା ପରିସ୍ଥିତି ଦେଖାଇ ଦେଇଛି । ଚିକାୟତପୁର ଅଞ୍ଚଳର ଶତାଧିକ ଲୋକଙ୍କୁ ବନ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ମୂୟରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ ନିଜେ ବନ୍ୟାଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି ।
ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବେହାଲ ହୋଇପଡିଛି ଷ୍ଟିଲ ସିଟି ରାଉରକେଲା । ସହରର ତଳିଆ ଅଞ୍ଚଳ ପାନପୋଷ, ବାଲୁଘାଟ, ସର୍ଦ୍ଦାର ବସ୍ତିରେ ପାଣି ପଶିଛି। ଘର ଭିତରେ ପାଣି ପଶିଯିବାରୁ ସ୍ଥାନୀୟ ବିଦ୍ୟାଳୟରେ ଆଶ୍ରୟ ନେଇଛନ୍ତି ବସ୍ତିବାସିନ୍ଦା । ଲଗାଣ ବର୍ଷା ଯୋଗୁଁ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ବ୍ଲଡ ବ୍ୟାଙ୍କରେ ଲହଡି ମାରୁଛି ବର୍ଷା ପାଣି । ଯାହାକୁ ନିଷ୍କସନ କରିବାକୁ ନାକେଦମ ହୋଇଛନ୍ତି କର୍ମଚାରୀ । ସେହିପରି ଇବ୍ ନଦୀରେ ଅଚାନକ ବନ୍ୟା ପାଣି ମାଡି ଆସିବାରୁ, ଟାପୁରେ ଫସିଯାଇଥିଲେ ଜଣେ ଯୁବକ। ଖବର ପାଇ ସେହି ଯୁବକଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ ।
ଫୁଲୁଛି ସୁବର୍ଣ୍ଣରେଖା, ନଈକୂଳିଆଙ୍କ ମନରେ ଛନକା
ନଈକୂଳିଆ ଲୋକଙ୍କ ଭିତରେ ଛନକା । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ସତର୍କ ସଂକେତ ବଢ଼ୁଛି ଜଳସ୍ତର ।
/kanak/media/media_files/2025/06/20/subarnapur-2025-06-20-19-59-44.jpg)