ସୁବର୍ଣ୍ଣରେଖାରେ ଭାସିଗଲେ ଛାତ୍ର , ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ।

Advertisment

ସୁବର୍ଣ୍ଣରେଖା ନଦୀରେ ଗାଧୋଇବାକୁ ଯାଇ ଭାସି ଗଲେ ଦଶମ ଶ୍ରେଣୀ ଛାତ୍ର । ଜଳେଶ୍ୱର ବ୍ଲକ ଗଡ଼ସାହି ବାଲିଆପାଳ ପଂଚାୟତର ମନୋରଞ୍ଜନ ଦାସଙ୍କ ୧୫ ବର୍ଷର ପୁଅ ସାହିଲ ଦାସ ଓ ତାଙ୍କ ଦୁଇ ଜଣ ସାଙ୍ଗ ଗାଧେଇବାକୁ ସୁବର୍ଣ୍ଣରେଖା ନଦୀକୁ ଯାଇଥିଲେ ।

ସୁବର୍ଣ୍ଣରେଖା ନଦୀରେ ଗାଧୋଇବାକୁ ଯାଇ ଭାସି ଗଲେ ଦଶମ ଶ୍ରେଣୀ ଛାତ୍ର । ଜଳେଶ୍ୱର ବ୍ଲକ ଗଡ଼ସାହି ବାଲିଆପାଳ ପଂଚାୟତର ମନୋରଞ୍ଜନ ଦାସଙ୍କ ୧୫ ବର୍ଷର ପୁଅ ସାହିଲ ଦାସ ଓ ତାଙ୍କ ଦୁଇ ଜଣ ସାଙ୍ଗ ଗାଧେଇବାକୁ ସୁବର୍ଣ୍ଣରେଖା ନଦୀକୁ ଯାଇଥିଲେ ।

student

କନକ ବ୍ୟୁରୋ : ସୁବର୍ଣ୍ଣରେଖା ନଦୀରେ ଗାଧୋଇବାକୁ ଯାଇ ଭାସି ଗଲେ ଦଶମ ଶ୍ରେଣୀ ଛାତ୍ର । ଜଳେଶ୍ୱର ବ୍ଲକ ଗଡ଼ସାହି ବାଲିଆପାଳ ପଂଚାୟତର ମନୋରଞ୍ଜନ ଦାସଙ୍କ ୧୫ ବର୍ଷର ପୁଅ ସାହିଲ ଦାସ ଓ ତାଙ୍କ ଦୁଇ ଜଣ ସାଙ୍ଗ ଗାଧେଇବାକୁ ସୁବର୍ଣ୍ଣରେଖା ନଦୀକୁ ଯାଇଥିଲେ । ଗାଧୋଉ ଥିବା ବେଳେ ସାହିଲ ନଦୀରେ ବୁଡିଯାଇ ନିଖୋଜ ହେଇଯାଇଥିଲେ । ଦୁଇଜଣ ସାଙ୍ଗ ସାହିଲକୁ ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ମଧ୍ୟ ପାଇନଥିଲେ । ଏହା ପରେ ସେମାନେ ନିଜ ଗାଁରେ ଜଣାଇଥିଲେ , ସ୍ଥାନୀୟ ସରପଞ୍ଚ ତୁରନ୍ତ ଦମକଳ ବାହିନୀଙ୍କୁ ଖବର ଦେଇଥିଲେ । ସୂଚନା ଅନୁସାରେ ରେସକ୍ୟୁ ଅପରେସନ୍ ଚାଲିଥିଲେ ମଧ୍ୟ ପତ୍ତା ମିଳିନାହିଁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe