କନକ ବ୍ୟୁରୋ : ସୁବର୍ଣ୍ଣରେଖା ନଦୀରେ ଗାଧୋଇବାକୁ ଯାଇ ଭାସି ଗଲେ ଦଶମ ଶ୍ରେଣୀ ଛାତ୍ର । ଜଳେଶ୍ୱର ବ୍ଲକ ଗଡ଼ସାହି ବାଲିଆପାଳ ପଂଚାୟତର ମନୋରଞ୍ଜନ ଦାସଙ୍କ ୧୫ ବର୍ଷର ପୁଅ ସାହିଲ ଦାସ ଓ ତାଙ୍କ ଦୁଇ ଜଣ ସାଙ୍ଗ ଗାଧେଇବାକୁ ସୁବର୍ଣ୍ଣରେଖା ନଦୀକୁ ଯାଇଥିଲେ । ଗାଧୋଉ ଥିବା ବେଳେ ସାହିଲ ନଦୀରେ ବୁଡିଯାଇ ନିଖୋଜ ହେଇଯାଇଥିଲେ । ଦୁଇଜଣ ସାଙ୍ଗ ସାହିଲକୁ ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ମଧ୍ୟ ପାଇନଥିଲେ । ଏହା ପରେ ସେମାନେ ନିଜ ଗାଁରେ ଜଣାଇଥିଲେ , ସ୍ଥାନୀୟ ସରପଞ୍ଚ ତୁରନ୍ତ ଦମକଳ ବାହିନୀଙ୍କୁ ଖବର ଦେଇଥିଲେ । ସୂଚନା ଅନୁସାରେ ରେସକ୍ୟୁ ଅପରେସନ୍ ଚାଲିଥିଲେ ମଧ୍ୟ ପତ୍ତା ମିଳିନାହିଁ ।