କନକ ବ୍ୟୁରୋ : ବିମାନ ବିଳମ୍ବ ଯୋଗୁଁ ପରୀକ୍ଷା ଦେଇପାରିଲେନି ଛାତ୍ରୀ,କାନ୍ଦି କାନ୍ଦି ଜଣାଇଲେ ଦୁଃଖ । ପଶ୍ଚିମବଙ୍ଗରେ କାଳବୈଶାଖୀ ବର୍ଷା ଯୋଗୁଁ କୋଲକାତା ଯାଇ ନପାରି ଭୁବନେଶ୍ବରରେ ଜରୁରୀ ଅବତରଣ କରିଥିଲା ୮ଟି ବିମାନ । ୬ଟି ଫେରି ଯାଇଥିବା ବେଳେ ୨ଟି ୧୨ ଘଣ୍ଟାରୁ ଅଧିକ ସମୟ ଧରି ଅଟକି ରହିଥିଲା । ଯାହା ଫଳରେ ଜଣେ ଛାତ୍ରୀ ଜଣଙ୍କ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି ।
୧୨ ଘଣ୍ଟା ପରେ ବି ଗନ୍ତବ୍ୟସ୍ଥଳରେ ପହଞ୍ଚି ପାରିନାହାନ୍ତି ଯାତ୍ରୀ । ଗେଟ୍ ସମ୍ମୁଖରେ ୨୫ରୁ ଅଧିକ ଯାତ୍ରୀଙ୍କ ହୋହଲ୍ଲା । ପାଗ ଖରାପ ଯୋଗୁଁ ଦିଲ୍ଲୀରୁ କୋଲକାତା ଯାଉଥିବା ଫେରୁଥିବା ଯାତ୍ରୀବାହୀ ବିମାନ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଅବତରଣ କରିଥିଲା । ପାଗରେ ପରିବର୍ତ୍ତନ ଆସିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରୀମାନେ ଗନ୍ତବ୍ୟସ୍ଥଳରେ ପହଞ୍ଚି ପାରିନାହାଁନ୍ତି । ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ଉତ୍ତେଜିତ ଯାତ୍ରୀ ମାନଙ୍କୁ ବୁଝାସୁଝା କରି ବିମାନକୁ ନିଆଯାଇଛି । ଖୁବ୍ ଶୀଘ୍ର ବିମାନ ଛାଡ଼ିବା ନେଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।