କନକ ବ୍ୟୁରୋ :  ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ କେନ୍ଦ୍ରାପଟୀ ଗାଁର କିରଣବାଳା ମହାପାତ୍ର। ଶିକ୍ଷାଗତ ଯୋଗ୍ୟତା +୨ ପାସ ଓ ବିବାହ ପରେ ଆର୍ଥିକ ଅନାଟନ ଭିତରେ ଜୀବନ ବିତାଉଥିଲେ କିରଣବାଳା । ସ୍ବାମୀ ଜଣେ ଗାଡି ଚାଳକ ହୋଇଥିବା ବେଳେ ଯାହା ରୋଜଗାର ହୁଏ ପରିବାର ଚଳିବା ବହୁତ କଷ୍ଟକର ହୋଇପଡେ ଓ ଏଭଳି ସ୍ଥିତିରେ ଗାଁର ମହିଳା ମହାସଂଘ ସହଯୋଗରେ ସିଆରପି ଭାବେ କଲେ । ଗୋଟିଏ ମହିଳା ଗୋଷ୍ଠୀ ଖାତା କାମ କଲେ କୋଡିଏ ଟଙ୍କା ମିଳୁଥିଲା ଓ ମାସକୁ ପ୍ରାୟ ପଚିଶିଟି ମହିଳା ଗୋଷ୍ଠୀଙ୍କ ଖାତା କାମ କାମ କରି ଯାହା ରୋଜଗାର ହୁଏ ସେଥିରେ ପରିବାର ଚଳେ ଓ ଯାହାକି ଯଥେଷ୍ଟ ନୁହେଁ ଓ ତେଣୁ ଆଉ କିଛି ରୋଜଗାର କରିବା ପାଇଁ ଉଦ୍ୟମ କଲେ କିରଣବାଳା । ପ୍ରଥମେ ଗୋଟିଏ ସିଲେଇ ମେସିନ କିଣି ଛାତ୍ରଛାତ୍ରୀଙ୍କ ଡ୍ରେସ ତିଆରି କରି କିଛି ଟଙ୍କା ରୋଜଗାର କଲେ ଓ ଏହାସହ ମହିଳା ମହାସଂଘରୁ ଋଣ ଆଣି ନିଜେ ଆତ୍ମନିର୍ଭରଶୀଳ ହେବା ଲକ୍ଷରେ କୁକୁଡ଼ା ଫାର୍ମ ଆରମ୍ଭ କଲେ ।  ଏହାସହ ଛୋଟ ଧାନକଳ ଆଉ ଅଟ୍ଟା ପେଶା ମେସିନ୍ ବସାଇଲେ । ତା ସହିତ ଚା’ ପତି କିଣି ତାକୁ ପ୍ୟାକିଂ କରି ବିକ୍ରି କଲେ । ଏବେ କିରଣବାଳାଙ୍କ ଏଭଳି ଉଦ୍ୟମ ପାଇଁ ଘରର ଅର୍ଥିକ ସ୍ଥିତି ସୁଦୃଢ଼ ହୋଇଛି । ଆଉ ଅଭାବ ଅସୁବିଧାରେ ସୁଧାର ଆସିଛି । ପ୍ରଧାନମନ୍ତ୍ରୀଙ୍କ ଲକ୍ଷପତି ଦିଦିର ପ୍ରମାଣପତ୍ର ମଧ୍ୟ ପାଇଛନ୍ତି କିରଣବାଳା । 

ସେହିଭଳି ଅସ୍ତରଙ୍ଗ ବ୍ଲକ ବିଜିପୁର ଗାଁର ଆଉ ଜଣେ ଲକ୍ଷପତି ଦିଦି ହେଲେ ଉଷାରାଣୀ ସାହୁ । ଆର୍ଥିକ ଅନାଟନରେ ପଡି ପିଲାଙ୍କ ପାଠପଢା ଠିକ ଭାବେ କରିପାରୁନଥିଲେ ଓ କିରଣବାଳାଙ୍କ ପରି ଉସାରାଣୀ ମଧ୍ୟ ସିଆରପି ଭାବେ ବିଭିନ୍ନ ମହିଳା ଗୋଷ୍ଠୀଙ୍କ ଖାତା କାମ କରି ଯାହା ଟଙ୍କା ମିଳେ ସେଥିରେ ପରିବାର ଚଳାଉଥିଲେ  ଓ ପରିବାର ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ସଂକଳ୍ପ ନେଇ ମହିଳା ମହାସଂଘରୁ ଋଣ ନେଇ ଏକ କ୍ଷୀର ଷ୍ଟୋର କଲେ ଓ ଚାଷୀଙ୍କ ଠାରୁ କ୍ଷୀର ସଂଗ୍ରହ କରିବା ଠାରୁ ଆରମ୍ଭ କରି ଚାଷୀଙ୍କୁ କ୍ଷୀରର ଉଚିତ ମୂଲ୍ୟ ଦେଇ ପ୍ରଶଂସା ପାତ୍ର ହୋଇଛନ୍ତି ଉସାରାଣୀ ଓ ଏହାସହ ମାଛ ଓ ପନିପରିବା ଚାଷ କରିଛନ୍ତି । ଦୁଇଟି ଗାଈ ରଖି କ୍ଷୀର ବିକ୍ରି କରୁଛନ୍ତି । 

  ଏକଗ୍ରତା, ଦୃଢ଼ ଇଛାଶକ୍ତି ଓ କଠିନ ପରିଶ୍ରମ ଦ୍ବାରା ସବୁକିଛି ସମ୍ଭବ ହୋଇଥାଏ । ଯାହା ପ୍ରମାଣିତ କରିଛନ୍ତି କିରଣବାଳା ଓ ଉସାରସଣୀ । ତାଙ୍କର ଏଭଳି ଉଦ୍ୟମ ଅନ୍ୟ ମହିଳା ମାନଙ୍କ ପାଇଁ ଉଦାହରଣ ପାଲଟିଛି ।