କନକ ବ୍ୟୁରୋ: ବିହାର ମଧୁବନୀର ମହିଳା ଓକିଲ ଅନିତା ଝା । ମଧୁବନୀ ଜିଲ୍ଲା କୋର୍ଟର ମହିଳା ଓକିଲ ଅନିତା ଝା ଗତ ୨୮ ବର୍ଷ ଲୋ ଓକିଲାତି କରୁଛନ୍ତି, ହେଲେ ୧୩ ବର୍ଷ ଧରି କାର୍ ଭିତରେ ଲଢ଼ୁଛନ୍ତି କେସ୍ । କାର୍ ପଛ ସିଟ ତାଙ୍କ ଚ୍ୟାମ୍ବର, ସିଟ ଉପରେ ତାଙ୍କର ସବୁ ନଥିପତ୍ର । କ୍ଲାଏଣ୍ଟ ଆସନ୍ତି, କେସ୍ ଫାଇଲ୍ କରନ୍ତି । ପରାମର୍ଶ ନିଅନ୍ତି । ୟା ଭିତରେ କେତେ ଋତୁ ଗଲାଣି, ସ୍ଥିତି ବି ବଦଳିଗଲାଣି । କିନ୍ତୁ ଅନିତା ସେମିତି ନିଜ କାରରେ ନିଜ ଓକିଲାତିକୁ ସମ୍ଭାଳିଛନ୍ତି । ସକାଳ ୯ଟା -୧୦ଟାରେ କୋର୍ଟ ପାର୍କିଂ ପାଖରେ ପହଞ୍ଚେ ତାଙ୍କ ଟାଟା ଟିଆଗୋ କାର୍ । ୪ଟା ଯାଏଁ ଚାଲେ ତାଙ୍କ ଓକିଲାତି । ୟା ଭିତରେ ଆବେଦନ ତିଆରି କରନ୍ତି, କ୍ଲାଏଣ୍ଟଙ୍କୁ ପରାମର୍ଶ ଦିଅନ୍ତି, ଆଇନଗତ ରଣନୀତି ପ୍ରସ୍ତୁତ କରନ୍ତି । କାମ ଶେଷ ପରେ ପୁଣି ଫେରିଯାଆନ୍ତି ।
ଆଜି ବି ଅନିତା ଭୁଲିନାହାନ୍ତି ସେ ଦିନକୁ ଯେବେ ୨୦୧୩ ମାର୍ଚ୍ଚ ପହିଲାରେ ସେ ପୁରୁଷ ଓକିଲଙ୍କ ଦ୍ବାରା ଘୋର ଅପମାନିତ ହୋଇଥିଲେ । ଅନିତା କହିଥିଲେ ଦୀର୍ଘ ୨୮ ବର୍ଷର ଓକିଲାତି ଜୀବନକାଳରେ ଏତେବଡ଼ କୋର୍ଟ ପରିସରରେ ତାଙ୍କୁ ବା ତାଙ୍କର କୌଣସି ମହିଳା ସହକର୍ମୀଙ୍କ ପାଇଁ ଗୋଟେ ହେଲେ ଚ୍ୟାମ୍ବର ହୋଇପାରିନାହିଁ । ଯେବେ କୋର୍ଟ ହେଲା ସେଥିରେ ମହିଳାଙ୍କ ପାଇଁ କୋଟିଏ କର୍ଣ୍ଣର ଥିଲେ ବି ପରେ ସେଠାରୁ ମହିଳା ନେମପ୍ଲେଟ୍ ହଟାଇ ବରିଷ୍ଠ ଓକିଲଙ୍କ ନେମପ୍ଲେଟ୍ ଲଗାଯାଇଥିଲା। ସବୁ ମହିଳା ଓକିଲ ମିଶି ଏହି ଘଟଣାକୁ ବିରୋଧ କରିଥିଲେ ବି ଓକିଲ ସଂଘ ଅଧ୍ୟକ୍ଷଙ୍କ ପାଖରେ କୌଣସି ଉତ୍ତର ନଥିଲା ।
ଅଧିକ ପଢ଼ନ୍ତୁ :ବିନା ଯାଞ୍ଚରେ ପ୍ରଦୂଷଣ ପ୍ରମାଣପତ୍ର : ଘରେ ଗାଡ଼ି, ଦଲାଲ ଦେଉଛନ୍ତି ସାର୍ଟିଫିକେଟ୍
ପରେ ଅନିତା ଓ ତାଙ୍କ ୧୦ ଜଣ ସହକର୍ମୀ ମିଶି ଗୋଟେ ଚାମ୍ବର ନିର୍ମାଣ ପାଇଁ ୧୫ ଲକ୍ଷ ଟଙ୍କା ଯୋଗାଡ଼ କରିଥିଲେ। ଏହାପରେ ପୁରୁଷ ଓକିଲଙ୍କ ରାଗ ବଢ଼ିଥିଲା। ଯେଉଁ ଗାଳି ସେମାନ ଅନିତାଙ୍କ ପଛରେ ଦେଉଥିଲେ ଏଣିକି ତାଙ୍କୁ ସାମ୍ନାସାମ୍ନି ଗାଳି କରିବାକୁ ଲାଗିଲେ । ଅନିତା ଭାବୁଥିଲେ ସେ ମଧୁବନି ଛାଡ଼ି ଅନ୍ୟତ୍ର ପଳାଇବେ । ଅନେକ ଅପମାନ ସହି ଅନିତା କୋର୍ଟ ଯିବା ଛାଡ଼ିନଥିଲେ । ୨୦୧୩ ମହାକୁମ୍ଭ ମେଳାରେ ପବିତ୍ର ଗଙ୍ଗାରେ ବୁଡ଼ ପକାଇ ନିଜ କଷ୍ଟକୁ ମନେପକାଉଥିବାବେଳେ ହଠାତ୍ ଅନିତାଙ୍କ ମନରେ ପ୍ରଶ୍ନ ଆସିଥିଲା। ହେଲେ ହଠାତ୍ ପୁଣି ତାଙ୍କ ମନକୁ ଆସିଥିଲା, ପଳାୟନ କରିବା ସମସ୍ୟାର ସମାଧାନ ନୁହେଁ । ଯଦି ତାଙ୍କୁ ସଫଳ ହେବାର ଅଛି ତାହେଲେ ସେଠାରେ ରହି କାମ କରିବାକୁ ପଡ଼ିବ ।
ସେହିଦିନଠାରୁ ନିଜ କାରରେ ଓକିଲାତି ଆରମ୍ଭ କଲେ ଅନିତା । କାର ବିରୋଧରେ ତାଙ୍କର ଏହି ମିନି ଚ୍ୟାମ୍ବରରେ ଓିକଲାତି କରିବା ପୁରୁଷ ସମାଜର ଦୁଃସ୍ଥ ଚିନ୍ତାଧାରକୁ ଏକ କଡ଼ା ବିରୋଧ । ସବୁ ପ୍ରତିକୂଳ ସ୍ଥିତିରେ ବି ନିଜର ଅସ୍ତିତ୍ବ ବଜାୟର ରଖିବାର ଏକ ବଡ଼ ପ୍ରମାଣ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/media_files/2026/01/19/anita-jha-2026-01-19-07-57-39.jpg)