କନକ ବ୍ୟୁରୋ : ଦିଲ୍ଲୀରେ ବୁଲା କୁକୁରଙ୍କୁ ନେଇ ବହୁ ହଟଚଟମଟ ପରେ ପୁଣି ପ୍ରସଙ୍ଗଟି ତାଜା ହୋଇଛି । ଦିଲ୍ଲୀରେ ଆୟୋଜିତ ବିଶ୍ୱ ପାରା- ଆଥଲେଟିକ୍ସ ଚାମ୍ପିୟନସିପରେ ଦୁଇ ବିଦେଶୀ କୋଚଙ୍କୁ ବୁଲା କୁକୁର କାମୁଡ଼ିଛନ୍ତି । ଦିଲ୍ଲୀ ଜବାହରଲାଲ ନେହରୁ ଷ୍ଟାଡିୟମ୍ ରେ ନିଜ ଦେଶର ଖେଳାଳିମାନେ ଅଭ୍ୟାସ କରିବା ବେଳେ ଜାପାନର ଫେନସିଂ କୋଚ୍ ମେଇକୋ ଓକୁମାତସୁ ଓ କେନିଆର ସ୍ପ୍ରିଣ୍ଟ କୋଚ୍ ଡେନିସ୍ ତାହା ଅନୁଧ୍ୟାନ କରୁଥିଲେ । ଏହି ସମୟରେ ଉଭୟ ବୁଲା କୁକୁର କାମୁଡ଼ାର ଶିକାର ହୋଇଛନ୍ତି ।
ସେହିପରେ ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ମଧ୍ୟ ବୁଲା କୁକୁର ଆକ୍ରମଣ କରିଥିଲେ । ୩୦ ମିନିଟ୍ରେ ଘଟିଛି ଏହି ୩ଟି ଘଟଣା । ବିଶ୍ୱ ପାରା- ଆଥଲେଟିକ୍ସ ଚାମ୍ପିୟନସିପରେ ଏହା ପଞ୍ଚମ ଘଟଣା । ପୂର୍ବରୁ ମଧ୍ୟ ଦୁଇଜଣଙ୍କୁ ବୁଲା କୁକୁର କାମୁଡ଼ିଥିଲେ । ସ୍ପୋର୍ଟସ ଅଥରିଟି ଅଫ୍ ଇଣ୍ଡିଆ ପକ୍ଷରୁ ଷ୍ଟାଡିୟମରେ ଚିକିତ୍ସା କେନ୍ଦ୍ର ଖୋଲାଯାଇଛି । ଷ୍ଟାଡ଼ିୟମରୁ ବୁଲା କୁକୁରଙ୍କୁ ତଡ଼ାଯାଇଥିବା ବେଳେ ପଶୁପ୍ରେମୀ ଏହାକୁ ବିରୋଧ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/10/05/44-2025-10-05-14-46-36.jpg)