କନକ ବ୍ୟୁରୋ: ବାତ୍ୟାକୁ ନେଇ ଆଉ ଏକ ବଡ ଖବର । ଏବେଯାଏଁ ମିଳିଥିବା ସୂଚନା ଅନୁସାରେ, ସ୍ଥଳଭାଗ ଛୁଇଁଛି ବାତ୍ୟାର ବାହ୍ୟ ବଳୟ । ଭଦ୍ରକ ଓ କେନ୍ଦ୍ରାପଡାରେ ଏହାର ପ୍ରାଥମିକ ପ୍ରଭାବ ଦେଖିବାକୁ ମିଳିଛି । ପାରାଦୀପରୁ ରାଡାରରୁ ମିଳିଥିବା ତଥ୍ୟରୁ ଏହି ସୂଚନା ମିଳିଛି । ପ୍ରଭାବରେ କେନ୍ଦ୍ରାପଡାରେ କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇଥିବାବେଳେ ଅନ୍ୟ କିଛି ଜିଲ୍ଲାରେ ମଧ୍ୟ ବର୍ଷା ଆରମ୍ଭ ହୋଇଛି । ପାରାଦୀପରେ ମଧ୍ୟ ଦେଖିବାକୁ ମିଳିଲାଣି ପ୍ରଭାବ । ପାରାଦୀପରେ ବାତ୍ୟା ପ୍ରଭାବରେ ଆରମ୍ଭ ହୋଇଗଲାଣି ବର୍ଷା, ପବନ । ଏବେ ପାରାଦୀପ ଠାରୁ ପ୍ରାୟ ୫୦୦ କିମି ଦୂରରେ ରହିଛି ବାତ୍ୟା ଦାନା।
ସ୍ଥଳଭାଗ ଛୁଇଁଲା ବାତ୍ୟାର ବାହ୍ୟବଳୟ ; ଭଦ୍ରକ , କେନ୍ଦ୍ରାପଡାରେ ପ୍ରଭାବ ଅନୁଭୂତ
ବାତ୍ୟାକୁ ନେଇ ଆଉ ଏକ ବଡ ଖବର । ଏବେଯାଏଁ ମିଳିଥିବା ସୂଚନା ଅନୁସାରେ, ସ୍ଥଳଭାଗ ଛୁଇଁଛି ବାତ୍ୟାର ବାହ୍ୟ ବଳୟ । ଭଦ୍ରକ ଓ କେନ୍ଦ୍ରାପଡାରେ ଏହାର ପ୍ରାଥମିକ ପ୍ରଭାବ ଦେଖିବାକୁ ମିଳିଛି ।