ସମସ୍ୟା ଘେରରେ ଶୁଖୁଆପଡ଼ାର ପଥର ଶିଳ୍ପୀ । କମୁଛି ବଜାର ଚାହିଦା, କଞ୍ଚାମାଲ ଓ ପ୍ରୋତ୍ସାହନ ଅଭାବରୁ ଚିନ୍ତାରେ ଚାଷୀ

Advertisment

ଦିନଥିଲା ଏହି ଗାଁର ପଥର କାରିଗରମାନେ ପୁରୀ ଶ୍ରୀମନ୍ଦିର ସିଂହଦ୍ୱାରର ଜୟ ବିଜୟ ମୂର୍ତ୍ତି  ନିର୍ମାଣ କରିବା ସହ ଉତରପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କ ହାତୀ ନିର୍ମାଣ କରି ଜାତୀୟ ସ୍ତରରେ ଗାଁ ପାଇଁ ଗୌରବ ଆଣିଥିଲେ । ଏଥିପାଇଁ ପୂର୍ବ ସରକାର ଶୁଖୁଆପଡା ଗାଁକୁ ଶିଳ୍ପଗ୍ରାମ ବା କ୍ରାଫ୍ଟ ଭିଲେଜ ଭାବେ ଘୋଷଣା କରିଥିଲେ । ମାତ୍ର ତାହା କେବଳ ଘୋଷଣାରେ ରହିଯାଇଛି ।

ଦିନଥିଲା ଏହି ଗାଁର ପଥର କାରିଗରମାନେ ପୁରୀ ଶ୍ରୀମନ୍ଦିର ସିଂହଦ୍ୱାରର ଜୟ ବିଜୟ ମୂର୍ତ୍ତି  ନିର୍ମାଣ କରିବା ସହ ଉତରପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କ ହାତୀ ନିର୍ମାଣ କରି ଜାତୀୟ ସ୍ତରରେ ଗାଁ ପାଇଁ ଗୌରବ ଆଣିଥିଲେ । ଏଥିପାଇଁ ପୂର୍ବ ସରକାର ଶୁଖୁଆପଡା ଗାଁକୁ ଶିଳ୍ପଗ୍ରାମ ବା କ୍ରାଫ୍ଟ ଭିଲେଜ ଭାବେ ଘୋଷଣା କରିଥିଲେ । ମାତ୍ର ତାହା କେବଳ ଘୋଷଣାରେ ରହିଯାଇଛି ।

òiòò\þò

କନକ ବ୍ୟୁରୋ :  ବଡଚଣା ବ୍ଲକ ଶୁଖୁଆପଡା ଗାଁ । ପାଖାପାଖି ୬୦ଟି ପରିବାରର ୬ଶହରୁ ଉର୍ଦ୍ଧ କାରିଗର ପଥର ଶିଳ୍ପକୁ କୌଳିକ ବୃତ୍ତିଭାବେ ଆପଣାଇଛନ୍ତି । ଗାଁ ଭିତରକୁ ପଶିବା ମାତ୍ରେ ଶୁଭେ ଶିଳ୍ପୀର ନିହାଣ ମୁଗୁରର ଠକଠାକ୍ ଶଦ୍ଧ । ମୁଣ୍ଡଝାଳ ତୁଣ୍ଡରେ ମାରି ଶିଳ୍ପୀ ନିର୍ଜିବ ପଥର ଦେହରେ ଫୁଟାଉଥାଏ ଅନନ୍ୟ କଳା କାରିଗରି । ଏହି ଗାଁ କାରିଗରଙ୍କର କଳାକୃତି ଦେଖିଲେ ଯେକେହି ଘଡିଏ ଅଟକି ଯିବ । ବଡବଡ ପଥରକୁ ବିଭିନ୍ନ ଆକୃତିରେ କାଟି ସେଥିରେ ବିଭିନ୍ନ ପ୍ରକାରର ଘରକରଣା ସାମଗ୍ରୀ ଯଥା ଚକି, ଶିଳ, ଶିଳପୁଆ, ଚଉଁରା, ପଥରର ବାସନ, ଦୀପଦାନୀ ସହ ବିଭିନ୍ନ କିସମର ମୂର୍ତ୍ତି ନିର୍ମାଣ କରିବାରେ ବେଶ ସିଦ୍ଧହସ୍ତ ଏହି ଗାଁର ପଥର କାରିଗର । ସମୟ ବଦଳିବା ସହିତ ନିର୍ମାଣ ଶୈଳୀମଧ୍ୟ ବଦଳିଛି । ଯାହାକୁ ଆପଣାଇଛନ୍ତି ଶୁଖୁଆପଡା ଗାଁର ପଥର କାରିଗର । ବିଭିନ୍ନ ପ୍ରକାର ଯନ୍ତ୍ରପାତି ବ୍ୟବହାର କରି ନିର୍ମାଣ କାର୍ଯ୍ୟକୁ ସହଜ କରିପାରିଛନ୍ତି । ମାତ୍ର ଉପଯୁକ୍ତ କଂଚାମାଲର ଅଭାବ ଓ ବଜାର ଚାହିଦା ଅଭାବ ଏବେ ସେମାନଙ୍କ ଆଗରେ ପ୍ରମୁଖ ସମସ୍ୟା ହୋଇ ଛିଡା ହୋଇଛି ।

ଦିନଥିଲା ଏହି ଗାଁର ପଥର କାରିଗରମାନେ ପୁରୀ ଶ୍ରୀମନ୍ଦିର ସିଂହଦ୍ୱାରର ଜୟ ବିଜୟ ମୂର୍ତ୍ତି  ନିର୍ମାଣ କରିବା ସହ ଉତରପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କ ହାତୀ ନିର୍ମାଣ କରି ଜାତୀୟ ସ୍ତରରେ ଗାଁ ପାଇଁ ଗୌରବ ଆଣିଥିଲେ । ଏଥିପାଇଁ ପୂର୍ବ ସରକାର ଶୁଖୁଆପଡା ଗାଁକୁ ଶିଳ୍ପଗ୍ରାମ ବା କ୍ରାଫ୍ଟ ଭିଲେଜ ଭାବେ ଘୋଷଣା କରିଥିଲେ । ମାତ୍ର ତାହା କେବଳ ଘୋଷଣାରେ ରହିଯାଇଛି । ଏହି ଗାଁରେ ଥିବା ୬ଶହ ପଥର କାରିଗରଙ୍କ ମଧ୍ୟରୁ କାମଧନ୍ଦା ଅଭାବରୁ ପାଖାପାଖି  ତିନିଶହ କାରିଗର ସୁଦୂର  ଗୁଜୁରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ ଓ ପଂଜାବ ଭଳି ରାଜ୍ୟରେ ଯାଇ ପଥର କାମ କରୁଛନ୍ତି । ନିଜ ହାତର ଯାଦୁ ପାଇଁ ଜାତୀୟ, ଆନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା କାରିଗରଙ୍କ ପାଇଁ କଂଚାମାଲ ପ୍ରମୁଖ ସମସ୍ୟା ପାଲଟିଛି ।

ଶୁଖୁଆପଡା ଶିଳ୍ପୀ ଗାଁର ମୌଳିକ ସମସ୍ୟା ପ୍ରତି ସରକାର ଦୃଷ୍ଟି ଦେଲେ କାରିଗରଙ୍କ ଅର୍ଥନୈତିକ ଅଭିବୃଦ୍ଧି ହୋଇଯାରନ୍ତା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe