କନକ ବ୍ୟୁରୋ :  ବର୍ଷ ଆରମ୍ଭରୁ ଭାରତୀୟ ସେୟାର ମାର୍କେଟ ଏବେ ମାନ୍ଦାବସ୍ଥା ଦେଇ ଗତି କରୁଛି । ପ୍ରାୟତ ସମସ୍ତ ଭଲ ଭଲ କମ୍ପାନୀ ଗୁଡିକର ଷ୍ଟକ୍ସ ତଳମୁହା ହେବାରେ ଲାଗିଛି । ବିଗତ ବର୍ଷ ମାନଙ୍କ ତୁଳନାରେ ଚଳିତ ବର୍ଷ ଆରମ୍ଭରୁ ଏହି ତଳମୁହାଁ ଟ୍ରେଣ୍ଡ ଦେଖିବାକୁ ମିଳୁଛି । ଯାହାର ସିଧାସଳଖ ପ୍ରଭାବ ଭାରତୀୟ ବଜାର ଓ ନିବେଶକଙ୍କ ଉପରେ ପଡିଛି । ଏହି ତଳମୁହାଁ ଟ୍ରେଣ୍ଡ କାରଣରୁ ପ୍ରାୟତ ସମସ୍ତ ନିବେଶକଙ୍କ ପୋର୍ଟଫୋଲିଓ ନେଗେଟିଭରେ ଚାଲୁଥିବା ଦେଖିବାକୁ ମିଳିଛି । ବିଶେଷକରି ଷ୍ଟକରେ ଟଙ୍କା ନିବେଶ କରିଥିବା ଲୋକ ମାନେ ଏବେ ଟଙ୍କା ହରାଇବାରେ ଲାଗିଛନ୍ତି । ବର୍ତ୍ତମାନ ସେୟାର ମାର୍କେଟ ଡାଉନ ହେବାର କିଛି ପ୍ରମୁଖ କାରଣ ହେଉଛି
ଫରେନ ଇନଷ୍ଟିଚ୍ୟୁସନାଲ ଇନଭେଷ୍ଟର ମାନେ ସେୟାର ସେଲିଙ୍ଗ କରୁଛନ୍ତି ଅର୍ଥାତ
ବିଦେଶୀ ନିବେଶକ ମାନେ ଭାରତ ବଜାରରୁ ମୁହଁ ଫେରାଉଛନ୍ତି
ବଡ ବଡ କମ୍ପାନୀ ମାନେ ମଧ୍ୟ ନିଜର ପ୍ରଫିଟ ବୁକିଙ୍କ କରୁଛନ୍ତି ଏଥିସହ
ଡଲାର ତୁଳନାରେ ଭାରତୀୟ ଟଙ୍କାର ମୁଲ୍ୟ କମିବାରେ ଲାଗୁଛି
ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରିର ଦର ମଧ୍ୟ ବୃଦ୍ଧି ହେବାରେ ଲାଗିଛି
ଭିନ୍ନଭିନ୍ନ କ୍ଷେତ୍ରରେ ଅଧିକ ପରିମାଣର ସୁଧ ହାର ଏକ ପ୍ରମୁଖ କାରଣ ପାଲଟିଛି
ଆନ୍ତର୍ଜାତୀୟ ସ୍ତରରେ ଦେଶ ଦେଶ ମଧ୍ୟରେ ଯୁଦ୍ଧ ହେବା ମଧ୍ୟ ଏକ ପ୍ରମୁଖ କାରଣ
 
 ଗୋଟିଏ ପଟେ ସେୟାର ମାର୍କେଟ ତଳମୁହାଁ ହେବା କାରଣରୁ ବିଭିନ୍ନ ଷ୍ଟକ୍ସ ପକେଇ ରଖିଥିବା ନିବେଶକ ମାନେ କ୍ଷତି ସହୁଥିବା ବେଳେ ଅନ୍ୟପଟେ ଇନଟ୍ରାଡେ ଟ୍ରେଡିଙ୍ଗ କରୁଥିବା ନିବେଶକ ମାନେ କିନ୍ତୁ ଲାଭ କରିବାରେ ସକ୍ଷମ ହୋଇପାରୁଛନ୍ତି । ସେୟାର ମାର୍କେଟ ଉପରକୁ ଯାଉ କି ତଳକୁ ଖସୁ,ଇନଟ୍ରାଡେ ଟ୍ରେଡିଙ୍ଗକୁ ଭଲସେ ଶିଖିଥିବା ବ୍ୟକ୍ତି ଉପଯୁକ୍ତ ସମୟରେ ଟଙ୍କା ନିବେଶ କରି ଉପଯୁକ୍ତ ସମୟରେ ପ୍ରଫିଟ ବୁକିଙ୍ଗ କରି ଅର୍ଥ ଉପାର୍ଜନ କରୁଛନ୍ତି ।
 
ସେୟାର ମାର୍କେଟ ଡାଉନ ହେବା କିଛି ନୁଆ କଥା ନୁହେଁ । ପୁର୍ବରୁ ମଧ୍ୟ ଅନେକ ଥର ସେୟାର ମାର୍କେଟ ଏଭଳି ତଳମୁହାଁ ହୋଇଛି ଓ କିଛି ସମୟ ଅବଧି ପରେ ପୁଣି ଓପର ମୁହାଁ ହୋଇଛି । ତେଣୁ ନିବେଶକ ମାନେ ଭୟଭିତ ନହୋଇ ବଜାର ତଳମୁହାଁ ଥିବା ସମୟରେ ଉପଯୁକ୍ତ ଷ୍ଟକ କିଣିଲେ ବଜାର ଆଗାମି ସମୟରେ ଓପରମୁହାଁ ହେଲେ ଏହାର ଲାଭ ପାଇପାରିବେ ବୋଲି ବିଶେଷଜ୍ଞ ଆକଳନ କରିଛନ୍ତି । 

Advertisment