କନକ ବ୍ୟୁରୋ : ନୂଆ ସରକାରଙ୍କୁ ଖୁଲାମଖୁଲା ଚ୍ୟାଲେଞ୍ଜ ଦେଉଛନ୍ତି ଅପରାଧୀ । ଆଇନଶୃଙ୍ଖଳା ଉପରେ ନିୟନ୍ତ୍ରଣ ରହୁନି । ପ୍ରତିଦିନ ବଢୁଛି ହତ୍ୟା ଓ ଦୁଷ୍କର୍ମ ଭଳି ମାମଲା । ଖଲ୍ଲିକୋଟ ଶାଳବଣ ଗାଁରେ ଦୁଇଭାଇଙ୍କୁ ହତ୍ୟା କରିବା ଭଳି ଲୋମଟାଙ୍କୁରା ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଦୁର୍ବୃତ୍ତ ମାନେ ଦୁଇଭାଇଙ୍କୁ କେବଳ ମାରିନାହାନ୍ତି ହତ୍ୟା କଲାପରେ ଜାଳିଦେଇଛନ୍ତି । ମୃତକ ଦୁଇଜଣ ସଞ୍ଜୟ ବାରିକ, ଅଜୟ ବାରିକ । ପୂର୍ବ ଶତ୍ରୁତାରୁ ଏହି ହତ୍ୟା ହୋଇଥିବା ଅନୁମାନ କରାଯାଉଛି । ସେମାନଙ୍କ ନାଁରେ ବିଭିନ୍ନ ଅପରାଧିକ ମାମଲା ରହିଥିବା ଜଣାପଡିଛି । ଦିଗପହଣ୍ଡିରେ ଅଶ୍ଳୀଳ ଭିଡିଓ ଦେଖି ମାତ୍ର ୪ବର୍ଷର କୁନି ଝିଅକୁ ଦୁଷ୍କର୍ମ କରିବା ସହ ହତ୍ୟା କରିଛ ସମ୍ପର୍କୀୟ ମାମୁଁ । ଦୁଷ୍କର୍ମ ମାମଲାରେ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଯାଜପୁରରେ ଜଣେ କର୍ମଜୀବୀ ମହିଳାଙ୍କୁ ହାତ ମୁହଁ ବାନ୍ଧି ଯୌନ ନିର୍ଯାତନା ଘଟଣା ପୂରା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଅଭିଯୋଗ ଅନୁସାରେ ୨୨ ତାରିଖ ଦିନ ସଂଧ୍ୟାରେ ମହିଳାଙ୍କୁ କିଛି ଯୁବକ ଅସଦାରଚରଣ କରିବା ସହ ମାଡ ମାରିଥିଲେ।
ରାଜ୍ୟରେ ଖୁଲମାଖୁଲା ଅପରାଧ କରି ଖସିଯାଉଛନ୍ତି ଅପରାଧୀ । ଲୋକଙ୍କ ଜୀବନ ଯାଉଛି । କିନ୍ତୁ ରାଜନୀତି କମୁନାହଁ । ଗଞ୍ଜାମରେ ଦୁଇଜଣ ଯୁବକଙ୍କୁ ହତ୍ୟା ପରେ କବିସୂର୍ୟ୍ୟନଗର ବିଧାୟକଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ବିଧାୟିକା ଲତିକା ପ୍ରଧାନ । କହିଛନ୍ତି, ବିଧାୟକଙ୍କ ଛତ୍ରଛାୟା ତଳେ ହେଉଛି ଅପରାଧ । ଗଞ୍ଜାମରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ପୁଲିସ ମାତିଥିବା ବେଳେ ଅପରାଧିକ କାର୍ଯ୍ୟକଳାପ ବଢ଼ିଛି । ଜବାବରେ ଆଇନମନ୍ତ୍ରୀ କହିଛନ୍ତି, ପୁଲିସ ଠିକ୍ କାମ କରୁଛି ।
ରାଜ୍ୟରେ ବଢ଼ୁଥିବା ଅପରାଧ ନିୟନ୍ତ୍ରଣ କରିବା ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/04/27/k4dxv2UWJoO3aueFzhNb.jpg)