କନକ ବ୍ୟୁରୋ : ରାଜ୍ୟରେ ଶିକ୍ଷା ଭିତ୍ତିଭୂମିରେ ବଡ଼ ପରିବର୍ତ୍ତନ ଆଣିବା ପାଇଁ ଅଣ୍ଟା ଭିଡିଛନ୍ତି ମୋହନ ସରକାର । ଏଥିପାଇଁ ଚଳିତ ବଜେଟ୍‌ରେ ଶିକ୍ଷା କ୍ଷେତ୍ରକୁ ଗୁରୁତ୍ବଦିଆଯାଇଛି । ବଜେଟ୍‌ରେ ଶିକ୍ଷା କ୍ଷେତ୍ର ପାଇଁ ୪୧ ହଜାର ୨୭୩ କୋଟି ଆବଣ୍ଟନ କରାଯାଇଛି । ସେଥିରୁ ୩୧ ହଜାର ୧୮୫ କୋଟି ଟଙ୍କା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଦିଆଯାଇଛି । ଫଳରେ ସରକାରୀ ବିଦ୍ୟାଳୟରେ ପାଠପଢ଼ାରେ ସୁଧାର ଆସିବ ବୋଲି ଆଶା କରାଯାଉଛି । ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଲ୍ୟାପଟପ୍ ବଣ୍ଟନ ଠାରୁ ଆରମ୍ଭ କରି ସମଗ୍ର ଶିକ୍ଷା ପାଇଁ ୪ ହଜାରରୁ ଅଧି କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି । 

Advertisment

ବଦଳିବ ଶିକ୍ଷା ଭିତ୍ତିଭୂମି 
- ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ୨,୯୬୦ କୋଟି
- ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନା ପାଇଁ ୧୯୩ କୋଟି
- ପଞ୍ଚଶଖା ଶିକ୍ଷା ସେତୁ ଯୋଜନା ପାଇଁ ୧୪୦ କୋଟି 
- ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ୧୩୯ କୋଟି 
- ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା ପାଇଁ ୮୨ କୋଟି
- ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ୯୯୭ କୋଟି
- ପିଏମ୍‌ ପୋଷଣ ପାଇଁ ୬୪୬ କୋଟି ଟଙ୍କା ବ୍ୟୟବରାଦ
- ସମଗ୍ର ଶିକ୍ଷା ବିକାଶ ପାଇଁ ୪,୬୮୧ କୋଟି 
- ଉଚ୍ଚ ଶିକ୍ଷା ବିଭାଗ ପାଇଁ ୩୬୫୬ କୋଟି
- ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଲ୍ୟାପଟପ୍ ବଣ୍ଟନ ପାଇଁ ୪୫ କୋଟି
- ଆମ କଲେଜ ଆମ ଗୌରବ ପାଇଁ ୧୦ କୋଟି
- ଓଡିଆ ବିଶ୍ବବିଦ୍ୟାଳୟ ପାଇଁ ୩୦ କୋଟି
- ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ପାଇଁ ୧୦୫ କୋଟି 
- ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗକୁ ବଜେଟ୍‌ରେ ୧,୭୮୫ କୋଟି ଆବଣ୍ଟନ