କନକ ବ୍ୟୁରୋ: ରାଜ୍ୟରେ ଦୈନିକ ୩ କୋଟି ଅଣ୍ଡାର ଆବଶ୍ୟକତା ରହିଛି । ଏକ କୋଟି ୧୦ ହଜାର ଅଣ୍ଡା ଦୈନିକ ଉତ୍ପାଦନ ରାଜ୍ୟରେ ହେଉଛି  ।  ବିଧାନସଭାରେ ପ୍ରଶ୍ନକାଳ ସମୟରେ କିଛି ଏଭଳି ଉତ୍ତର ରଖିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ  । ସେ କହିଛନ୍ତି ଯେ ରାଜ୍ୟରେ ଅଣ୍ଡାର ଅଭାବ ରହୁଛି ଜ୍ଝ ସେ କହିଛନ୍ତି ଯେ ରାଜ୍ୟରେ ଦୈନିକ ୩ କୋଟି ଅଣ୍ଡାର ଆବଶ୍ୟକତା ରହିଛି  । ଏକ କୋଟି ୧୦ ହଜାର ଅଣ୍ଡା ଦୈନିକ ଉତ୍ପାଦନ ରାଜ୍ୟରେ ହେଉଛି  ।  ଆହୁରି ୧ କୋଟି ୯୦ ଲକ୍ଷ ଆବଶ୍ୟକ ରହୁଛି  ।  ଆଗକୁ ବିଭିନ୍ନ ଯୋଜନା ମାଧ୍ୟମରେ ଅଣ୍ଡା ଉତ୍ପାଦନ କରିବା ପାଇଁ ସରକାର ଯୋଜନା କରୁଛନ୍ତି  ।
 

Advertisment

ସେହିପରି ସରକାର ଧରିବେ ବାଳିଆ ମାଛ  ।  ବଡ଼ ବାଳିଆକୁ ଧରିବା ପାଇଁ ସରକାର ଚିନ୍ତା କରୁଛନ୍ତି  ।  ପୋଖରୀରେ ବାଳିଆ ମାଛ ଜାଆଁଳ ଖାଇ ଦେଉଛନ୍ତି  । ବାଳିଆ ମଲା ପରେ ରୋହି ଭାକୁର ଜାଆଁଳ ଛଡାଯିବ  ।  ଗତ ସରକାର ସମୟରେ ଜାଆଁଳ ଛଡା ଯାଇଥିଲା, ରାତିରେ ଛଡା ଯାଇଥିଲା  । କେବଳ ଖାତା କଲମରେ ଜାଆଁଳ ଛଡା ଯାଉଥିଲା  ।  ମନ୍ତ୍ରୀ କହିଛନ୍ତି ଯେ ଗତ ସରକାର ସମୟରେ କେବଳ ବାଳିଆ ମାଛ ଜାଆଁଳ ଛାଡିଥିଲେ, ସରକାର ବଡ଼ ବାଳିଆକୁ ଧରିବାକୁ ପଦକ୍ଷେପ ନେଉଛନ୍ତି  ।
 

ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ଯେ ରାଜ୍ୟରେ ଏବେ ୧୧.୨୩ ଲକ୍ଷ ମେଟ୍ରିକ ଟନ ମାଛ ଉତ୍ପାଦନ ହେଉଛି  । ବାହାର ରାଜ୍ୟରୁ ମାତ୍ର ୩୩ ହଜାର ୪୨୪ ମେଟ୍ରିକ ଟନ ମାଛ ଆମଦାନୀ କରୁଛୁ  । ୨.୯୮ ଲକ୍ଷ ମେଟ୍ରିକ ଟନ ମାଛ ବାହାରକୁ ପଠାଉଛୁ  ।  ମଧୁର ମାଛ ପାଇଁ ଆମେ ବାହାର ରାଜ୍ୟ ଉପରେ ନିର୍ଭର କରୁଛେ  ।  ଆଗାମୀ ଦିନରେ ମଧୁର ମାଛ ଉତ୍ପାଦନ ବଢିବ  । ମଧୁର ମତ୍ସ୍ୟ ଉତ୍ପାଦନ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି  ।