ରାଜ୍ୟରେ ଉପରମୁହାଁ ତାତି । ୩୭ ଡିଗ୍ରୀ ଟପିଲା ୧୦ ସହରର ତାପମାତ୍ରା ।

Advertisment

୪୦ ଡିଗ୍ରୀ ମୁହାଁ ପଶ୍ଚିମ ଓଡ଼ିଶା । ବୌଦ୍ଧ, ବଲାଙ୍ଗୀରରେ ୩୮ ଡିଗ୍ରୀ ଟପିଲା ପାରଦ ।

୪୦ ଡିଗ୍ରୀ ମୁହାଁ ପଶ୍ଚିମ ଓଡ଼ିଶା । ବୌଦ୍ଧ, ବଲାଙ୍ଗୀରରେ ୩୮ ଡିଗ୍ରୀ ଟପିଲା ପାରଦ ।

୪୦ ଡିଗ୍ରୀ ମୁହାଁ ପଶ୍ଚିମ ଓଡ଼ିଶା

୪୦ ଡିଗ୍ରୀ ମୁହାଁ ପଶ୍ଚିମ ଓଡ଼ିଶା Photograph: (kanaknews)

 କନକ ବ୍ୟୁରୋ:  ରାଜ୍ୟରେ ଉପରମୁହାଁ ତାତି । ୩୭ ଡିଗ୍ରୀ ଟପିଲା ୧୦ ସହରର ତାପମାତ୍ରା। ୪୦ ଡିଗ୍ରୀ ମୁହାଁ ପଶ୍ଚିମ ଓଡ଼ିଶା। ରବିବାର ବୌଦ୍ଧ, ବଲାଙ୍ଗୀରରେ ୩୮ ଡିଗ୍ରୀ ଟପିଛି ପାରଦ। ବୌଦ୍ଧରେ ତାପମାତ୍ରା ୩୮ ଦଶମିକ ୨ ଡିଗ୍ରୀ ଛୁଇଁଛି। ରାଜଧାନୀରେ ଦିନକରେ ଦୁଇ ଡିଗ୍ରି ତାପମାତ୍ର ବଢିଛି ।

ଆଜି ଝାରସୁଗୁଡ଼ା, ସୁନ୍ଦରଗଡ଼, ଟିଟଲାଗଡ଼, ଅନୁଗୁଳ, ବଲାଙ୍ଗୀର, ସମ୍ଲପୁର, ବରଗଡ଼ରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିବ ବୋଲି ଆକଳନ କରାଯାଇଛି। ମାର୍ଚ୍ଚ ମାଚରେ ସ୍ଥତି ଅସମ୍ଭାଳ ହେବା ଆଶଙ୍କା କରାଯାଉଛି। ଏବେ ଉତ୍ତର ପଶ୍ଚିମ ଭାରତରୁ ରାଜ୍ୟକୁ ଗରମ ପବନ ଆସୁଛି। ସେଠାରେ ବର୍ଷା ହେଉନଥିବାରୁ ସେଠାରେ ଗରମ ଅନୁଭୁତ ହେଉଛି। ତେଣୁ ସେଠାରୁ ଆସୁଥିବା ଗରମ ପବନ ଯୋଗୁ ଓଡ଼ିଶାରେ ତାତି ଦେଖିବାକୁ ମିଳିଛି। ଆସନ୍ତା ଦୁଇ ସପ୍ତାହ ପାଗ ଶୁଖିଲା ରହିବ ବୋଲି ଆକଳଳନ କରିଛି ପାଣିପାଗ ବିଭାଗ। 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe