କନକ ବ୍ୟୁରୋ : ଆସନ୍ତା ୧୭ ତାରିଖରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭୁବନେଶ୍ବର ଜନତା ମୈଦାନରେ ହେବାକୁ ଥିବା କାର୍ୟ୍ୟକ୍ରମକୁ ଭବ୍ୟ ଭାବରେ ଆୟୋଜନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ବିଜେପି । 
-    
-    ଜନତା ମୈଦାନରେ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟକ୍ରମରେ ଲକ୍ଷାଧିକ ମହିଳାଙ୍କୁ ସାମିଲ କରାଯିବ 
-    ପ୍ରତି ଗାଁ ଗାଁ ଏବଂ ୱାର୍ଡରୁ ଆସିବେ ମହିଳା 
-    ବିଧାୟକମାନଙ୍କୁ ଦିଆଗଲା ପ୍ରଚାର ପ୍ରସାର ଦାୟିତ୍ବ
-    ପ୍ରତି ବ୍ଲକରେ ମଧ୍ୟ ୫ ହଜାର ମହିଳାଙ୍କୁ ନେଇ ହେବ କାର୍ୟ୍ୟକ୍ରମ 
-    ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣକୁ ଏଲଇଡି ମାଧ୍ୟମରେ ଦେଖାଯିବ

Advertisment

ରାଜ୍ୟରେ ପ୍ରଥମ ଥର ସରକାର କରିବା ପରେ, ଶହେ ଦିନର ଖସଡା ପ୍ରସ୍ତୁତ କରିଥିଲେ ମୋହନ ସରକାର । ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା, ରତ୍ନଭଣ୍ଡାର ଖୋଲିବା, ସୁଭଦ୍ରା ଯୋଜନା, ଧାନର ଏମଏସପି ବୃଦ୍ଧି ଭଳି  ପ୍ରତିଶ୍ରୁତିକୁ ପୂରଣ କରିଥିବା ମୋହନ ସରକାରଙ୍କ ଉପଲବ୍ଧିକୁ ତୃଣମୂଳ ସ୍ତରରେ ପହଞ୍ଚାଇବ ଦଳ । ଏଥିପାଇଁ ରାଜ୍ୟ ଏବଂ ଜିଲ୍ଲାରେ କାର୍ୟ୍ୟକ୍ରମ ଆୟୋଜନ ହେବ। ରାଜ୍ୟସ୍ତରୀୟ କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏବଂ ଜିଲ୍ଲା ସ୍ତରୀୟ କାର୍ୟ୍ୟକ୍ରମରେ ବିଧାୟକ ମାନେ ଉପସ୍ଥିତ ରହିବେ। ରାଜ୍ୟ ବିଜେପି କାର୍ୟ୍ୟାଳୟରେ ଅନୁଷ୍ଠିତ ବୈଠକରେ ନିଷ୍ପତି ନିଆଯାଇଛି । 

ରାଜ୍ୟ ବିଜେପି ସଭାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଦସ୍ୟତା ଅଭିଯାନ ନେଇ ବିଧାୟକଙ୍କୁ ନୂଆ ଟାସ୍କ ଦିଆଯାଇଛି । ପ୍ରତି ନିର୍ବାଚନ ମଣ୍ଡଳୀରେ ଲକ୍ଷେ ସଦସ୍ୟ ଏବଂ ପ୍ରତି ବୁଥ ୩ ଜଣ ସକ୍ରିୟ ସଦସ୍ୟ କରିବାକୁ ଵି ଟାସ୍କ ଦିଆଯାଇଛି ।