କନକ ବ୍ୟୁରୋ : ଅପ୍ରେଲ ୨ ତାରିଖରୁ ଆରମ୍ଭ ହେବ ସକାଳୁଆ ସ୍କୁଲ । ଗ୍ରୀଷ୍ମ ପ୍ରବାହକୁ ଆଖିରେ ରଖି ସକାଳୁଆ ସ୍କୁଲ ଖୋଲିବାକୁ ଘୋଷଣା କଲେ ରାଜ୍ୟ ସରକାର । ପ୍ରେସମିଟ କରି ଏହି ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଗ୍ରୀଷ୍ମ ପ୍ରବାହକୁ ଆଖିରେ ରଖି ରାଜ୍ୟ ସରକାର ଅଂଶୁଘାତର ମୁକାବିଲା କରିବା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ବିଦ୍ୟାଳୟ, ସମେତ ସବୁ ସ୍ଥାନରେ ପର୍ଯ୍ୟାପ୍ତ ପରିମାଣର ପାନୀୟ ଜଳ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସରକାର ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ଦେଉଛନ୍ତି । ଏହାକୁ ଆଖିରେ ରଖି ଆବଶ୍ୟକୀୟ ସମସ୍ତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ।
ତାତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ଏପ୍ରିଲ ୨ ରୁ ସକାଳୁଆ ସ୍କୁଲ, ହେବନି ଅଘୋଷିତ ବିଜୁଳି କାଟ୍
ଗ୍ରୀଷ୍ମ ପ୍ରବାହକୁ ଆଖିରେ ରଖି ରାଜ୍ୟ ସରକାର ଅଂଶୁଘାତର ମୁକାବିଲା କରିବା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ବିଦ୍ୟାଳୟ, ସମେତ ସବୁ ସ୍ଥାନରେ ପର୍ଯ୍ୟାପ୍ତ ପରିମାଣର ପାନୀୟ ଜଳ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
/kanak/media/media_files/2025/03/20/SAazcl3agpo2vmkGDZNY.jpg)